ବଡ୍ ବଜିର୍ ଉଦାଅରନ୍
15 ଜିସୁ କଇଲା ବିସଇ ସୁନିକରି ତାର୍ ସଙ୍ଗ୍ ବଜିତେଇ କାଇବାକେ ବସି ରଇଲା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ କଇଲା, "କେ କେ ପର୍ମେସରର୍ ରାଇଜେ ତାର୍ ସଙ୍ଗ୍ ବଜି କାଇବାକେ ବସ୍ବାଇ, ସେଟା ତାକର୍ ପାଇ ଗଟେକ୍ ବଡ୍ ଆସିର୍ବାଦ୍ ।"
24 ତାର୍ପଚେ ଜିସୁ କଇଲା, "ମୁଇ ଜନ୍ ଲକ୍ମନ୍କେ ପର୍ତୁମ୍ ଡାକିରଇଲି, ସେମନ୍ କଣ୍ଡେକ୍ ମିସା ଚାକି ନାପାରତ୍ ।"