ଆଜ୍ଲା ପିଲା
11 ଏ କାତା ବୁଜାଇ ଦେବାକେ ଜିସୁ ସେମନ୍କେ ଆରି ଗଟେକ୍ କାତାନି କଇଲା । ଗଟେକ୍ ଲକ୍କେ ଦୁଇଟା ପିଲାମନ୍ ରଇଲାଇ । 12 ଦିନେକ୍ ସାନ୍ ପଅ ତାର୍ ବାବାକେ କଇଲା, "ଏ ବାବା ତର୍ ଦନ୍ ମର୍ବାଗେ ଜେତ୍କି ଅଇସି, ସେଟା ଏବେ ମକେ ଦେଇପାକା ।" ସେଟାର୍ ପାଇ ତାର୍ ବାବା ତାର୍ ଦନ୍ ଦୁଇବାଗ୍ କରି ତାର୍ ପିଲାମନ୍କେ ଦେଲା । 13 ଅଲପ୍ ଦିନ୍ ଗାଲା ପଚେ ସାନ୍ ପିଲା ତାର୍ ବାଗର୍ ସବୁ ଦନ୍ ବିକିଦେଇ ମିଲ୍ଲା ଡାବୁ ଟୁଲିଆଇ ଗଟେକ୍ ଦୁର୍ ଦେସେ ଉଟିଗାଲା । ଆରି ତାର୍ ସବୁ ଡାବୁ ନିଜେ ମନ୍କଲା ଇସାବେ କର୍ଚ କଲା । 14 ତାର୍ଲଗେ ରଇଲା ସବୁ ଡାବୁ ସାରାଇଦେଲା । ପଚେ ସେ ଦେସର୍ ଗୁଲାଇ ବାଟେ ମର୍ଡି ଅଇଲା । ଆରି କାଇଟା ମିସା ଗେନି କାଇବାକେ ତାର୍ଲଗେ ଡାବୁ ନ ରଇଲା । 15 ତେବେ ସେ ଗଡେ ଗଟେକ୍ ଲକର୍ ଗରେ କୁଲି ମିଲ୍ସି କାଇକି ବଲି କାମ୍ କଜ୍ବାର୍ ଗାଲା । ସେ ଲକ୍ ତାକେ ଗୁସ୍ରି ଚାରାଇବା କାମ୍ ଦେଲା । 16 ଆରି ତାକେ ବେସି ବୁକ୍ ଲାଗ୍ତେ ରଇଲା । ତାକେ ଗୁସ୍ରିମନର୍ କାଦି କାଇବାକେ ମନ୍ଲାଗ୍ଲା ମାତର୍ ସେ କାଦି ମିସା ଦେଅତ୍ ନାଇ । 17 ସେବେଲେ ତାକେ ଚେତ୍ନା ଆଇଲାଜେ ସେ ମନେ ମନେ ଏନ୍ତି ବାବ୍ଲା । ମର୍ ବାବାର୍ ଗରେତା କାମ୍ କର୍ବା ଗତିଦାଙ୍ଗ୍ଡାମନର୍ କେତେ କାଦି ଉବ୍ରି ଗାଲାନି । ମାତର୍ ମୁଇ ଇତି ବୁକେ ମରିଜିବିବେ । 18 ସେଟାର୍ପାଇଁ ମୁଇ ଏ ଜାଗା ଚାଡିକରି ମର୍ ବାବାର୍ ଲଗେ ବାଉଡି ଜିବି । ଆରି ତାକେ କଇବି, "ଏ ବାବା ମୁଇ ପର୍ମେସର୍ ଆରି ତର୍ ବିରଦେ ପାପ୍ କରିଆଚି । 19 ମୁଇ ଆରି ତର୍ ପିଲା ଅଇବାର୍ ଅଦିକାର୍ ନାଇ ଆରି ତର୍ ଗତିଦାଙ୍ଗ୍ଡାମନର୍ ବିତ୍ରେ ଗଟେକ୍ ଗତିଦାଙ୍ଗ୍ଡା ଅଇ ରଇବି" ବଲି କଇବି । 20 ଆରି ସେ ଜାଗା ଚାଡି ବାବାର୍ ଲଗେ ଜିବାକେ ବାରଇଲା ।
ମାତର୍ ସେ ପିଲା ଦୁରିକେ ରଇଲାବେଲେ ବାବା ତାକେ ଦେକ୍ଲା । ତାକେ ଦେକି ବେସି କଲିକରମ୍ ଅଇ, ତାର୍ ଲଗେ ପାଲାଇ ଆସି ପାଟାଲିକରି ଚୁମ୍ଲା । 21 ସେ ପିଲା ତାର୍ ବାବାକେ କଇଲା, "ଏ ବାବା ମୁଇ ପର୍ମେସରର୍ ବିରଦେ ଆରି ତର୍ ବିରଦେ ପାପ୍ କଲିଆଚି ସେଟାର୍ପାଇଁ ତର୍ ପିଲା ଅଇବାର୍ ମର୍ ଅଦିକାର୍ ନାଇ ।" 22 ମାତର୍ ତାର୍ ବାବା ନିଜର୍ ଗତିଦାଙ୍ଗ୍ଡାମନ୍କେ କଇଲା, "ତମେ ବେଗି ଜାଇକରି ସବୁର୍ଟାନେଅନି ନିମାନ୍ ଚକାପଚିଆ ତାକେ ପିନ୍ଦାଇଦିଆସ୍ । ଆରି ତାର୍ ଆଙ୍ଗ୍ଟି ମୁନ୍ଦି ପିନ୍ଦାଆ । ତାର୍ ଗଡେ ପାଣ୍ଡଇ ପିନ୍ଦାଇଦିଆସ୍ ।" 23 ଆରି ତାର୍ ଗତିଦାଙ୍ଗ୍ଡାମନ୍କେ କଇଲା, "ଆମର୍ତେଇ ରଇଲା ସବୁର୍ଟାନେଅନି ଗଟେକ୍ ଗାଗଡ୍ ରଇବା ପସୁ ଆନି ମାରା, ଆରି ଆମେ ସାର୍ଦା ଅଇକରି ବଜି କରୁ । 24 କାଇକେ ବଇଲେ ମର୍ ପିଲା ମରିଜାଇରଇଲା, ଆରି ଏବେ ଜିବନ୍ ଅଇଲା ଆଚେ । ସେ ଆଜିଜାଇ ରଇଲା ଏବେ ମିଲ୍ଲା ଆଚେ ।" ସେଟାର୍ପାଇଁ ସେମନ୍ ବଜି କର୍ବାର୍ ବସ୍ଲାଇ ।
25 ସେ ବେଲା ତାର୍ ବଡ୍ ପଅ ତାସ୍ପଦାଇ ରଇଲା । ସେ ବାଉଡି କରି ଗର୍ ଲଗେ ଆଇବା ବେଲାଇ ବାଜାବାଇଦ୍ କରି ନାଟ୍ଗିତ୍ କର୍ବାଟା ସୁନ୍ଲା । 26 ସେ ଗଟେକ୍ ଗତିଦାଙ୍ଗ୍ଡାକେ ଡାକିକରି ପାଚାର୍ଲା, "ଇତି କାଇଟା ଅଇଲାନି ?" 27 ଗତିଦାଙ୍ଗ୍ଡା ତାକେ କଇଲା, "ତର୍ ବାଇ ଗରେ ବାଉଡି ଆଇଲା ଆଚେ । ଆରି ତର୍ ବାବା, ତର୍ ବାଇ ଜର୍ଦୁକା ନ ଅଇ ଜିବନ୍ଅଇ ଆଇଲାକେ ଗଟେକ୍ ଗାଗଡ୍ ପସୁକେ ମାର୍ଲା ଆଚେ ।"
28 ଏ କାତା ସୁନି ବଡ୍ ପଅ ବେସି ରିସା ଅଇଗାଲା । ସେ ଗର୍ ବିତ୍ରେ ପୁରେ ମିସା ନାଇ । ମାତର୍ ତାର୍ ବାବା ବଡ୍ ପଅର୍ ଲଗେ ଜାଇ ଗରେ ଜିବାକେ ବୁଜାଇବାର୍ ଦାର୍ଲା । 29 ମାତର୍ ବଡ୍ ପଅ ତାର୍ ବାବାକେ କଇଲା, "ଦେକ୍, ମୁଇ ଏତେକ୍ ବରସ୍ ଜାକ ଗଟେକ୍ ଗତିଦାଙ୍ଗ୍ଡା ପାରା ତର୍ ସେବା କଲିନି ଆରି ତର୍ କାତା ମାନି କରି ରଇଲି । ତୁଇ ମକେ କାଇଟା ଦେଇଆଚୁସ୍ ? ମର୍ ମଇତର୍ମନର୍ ସଙ୍ଗ୍ ବଜି କରା ବଲି ଗଟେକ୍ ସାନ୍ଟା ପସୁ ମିସା ଦେଉସ୍ ନାଇ । 30 ମାତର୍ ତର୍ ଏ ସାନ୍ ପଅ ସବୁ ଦନ୍ ଦାରିଜାଇ ବେସିଆମନ୍କେ ଦେଇ ସାରାଇଦେଲା ଆରି ସେ ଗରେ ବାଉଡି ଆଇଲାକେ ତୁଇ ତାର୍ ପାଇ ଗଟେକ୍ ଗାଗଡ୍ଟା ପସୁକେ ମାର୍ଲୁସ୍ !" 31 ସେବେଲେ ତାର୍ ବାବା ବଡ୍ ପଅକେ କଇଲା, "ଏ ନୁନା ତୁଇତା ସବୁ ବେଲା ମର୍ ସଙ୍ଗ୍ ରଇଲୁସ୍ନି ଆରି ମର୍ ଜେତ୍କି ଦନ୍ ଆଚେ ସେଟା ସବୁ ତର୍ଟାସେ । 32 ମାତର୍ ତର୍ ବାଇ ମରିଜାଇରଇଲା । ଏବେ ସେ ଜିବନ୍ ଅଇଆଚେ ସେ ଆଜିଜାଇରଇଲା ମାତର୍ ଏବେ ମିଲ୍ଲା ଆଚେ । ସେଟାର୍ପାଇଁ ଆମେ ସାର୍ଦା କର୍ବାର୍ ରଇଲା ।"