20 ଆରି ସେ ଜାଗା ଚାଡି ବାବାର୍ ଲଗେ ଜିବାକେ ବାରଇଲା ।
ମାତର୍ ସେ ପିଲା ଦୁରିକେ ରଇଲାବେଲେ ବାବା ତାକେ ଦେକ୍ଲା । ତାକେ ଦେକି ବେସି କଲିକରମ୍ ଅଇ, ତାର୍ ଲଗେ ପାଲାଇ ଆସି ପାଟାଲିକରି ଚୁମ୍ଲା । 21 ସେ ପିଲା ତାର୍ ବାବାକେ କଇଲା, "ଏ ବାବା ମୁଇ ପର୍ମେସରର୍ ବିରଦେ ଆରି ତର୍ ବିରଦେ ପାପ୍ କଲିଆଚି ସେଟାର୍ପାଇଁ ତର୍ ପିଲା ଅଇବାର୍ ମର୍ ଅଦିକାର୍ ନାଇ ।" 22 ମାତର୍ ତାର୍ ବାବା ନିଜର୍ ଗତିଦାଙ୍ଗ୍ଡାମନ୍କେ କଇଲା, "ତମେ ବେଗି ଜାଇକରି ସବୁର୍ଟାନେଅନି ନିମାନ୍ ଚକାପଚିଆ ତାକେ ପିନ୍ଦାଇଦିଆସ୍ । ଆରି ତାର୍ ଆଙ୍ଗ୍ଟି ମୁନ୍ଦି ପିନ୍ଦାଆ । ତାର୍ ଗଡେ ପାଣ୍ଡଇ ପିନ୍ଦାଇଦିଆସ୍ ।" 23 ଆରି ତାର୍ ଗତିଦାଙ୍ଗ୍ଡାମନ୍କେ କଇଲା, "ଆମର୍ତେଇ ରଇଲା ସବୁର୍ଟାନେଅନି ଗଟେକ୍ ଗାଗଡ୍ ରଇବା ପସୁ ଆନି ମାରା, ଆରି ଆମେ ସାର୍ଦା ଅଇକରି ବଜି କରୁ ।