12 ଆରି ସେ ଗାଉଁ ବିତ୍ରେ ପୁର୍ବା ବେଲେ ବଡ୍ରଗ୍ ଅଇରଇଲା ଦସ୍ଟା ଲକ୍ମନ୍ ତାକେ ଦୁରିକେଅନି ଦେକ୍ଲାଇ । ସେମନର୍ ନିୟମେ ବଡ୍ରଗ୍ ରଇଲା ଲକ୍ମନ୍, ବିନ୍ ଲକ୍ମନର୍ ଲଗେ ଆସି ନାପାରତ୍ । ସେଟାର୍ ପାଇ ସେମନ୍ ଜିସୁର୍ ଲଗେ ନ ଆସି ଦୁରିକେ ରଇକରି, 13 ବେସି ଆଉଲିଅଇ କଇଲାଇ, "ଜିସୁ ! ଏ ଗୁରୁ ! ଆମ୍କେ ଦୟାକରା ।"
14 ଜିସୁ ସେମନ୍କେ ଦେକି କରି କଇଲା, "ତମେ ଜାଇକରି ପର୍ମେସରର୍ ପୁଜାରିମନ୍କେ ତମର୍ ଗାଗଡ୍ ଦେକାଆ । ତମେ ନିମାନ୍ ଅଇଲାସ୍ କି ନାଇ ବଲି ସେମନ୍ ଦେକତ୍ ।" ପଚେ ସେ ଦସ୍ ଲକ୍ ପର୍ମେସରର୍ ପୁଜାରିମନର୍ ଲଗେ ଜିବା ବେଲେ, ବାଟେ ନିମାନ୍ ଅଇଗାଲାଇ । 15 ଏଦେ ଦେକା ! ସେମନର୍ ବିତ୍ରେଅନି ଗଟେକ୍ ଲକ୍ ନିଜର୍ ଗାଗଡ୍ ନିମାନ୍ ଅଇଲାଟା ଦେକି, ଜିସୁର୍ ଲଗେ ବାଉଡି ଆଇଲା । ଆରି ସେ ବେସି ଆଉଲି ଅଇ ପର୍ମେସରର୍ ଡାକ୍ପୁଟା କଲା । 16 ସେ ପାଲାଇ ଆସି ଜିସୁର୍ ପାଦେ ଅଦର୍ଲା "ତମେ ମକେ ନିମାନ୍ କରିଆଚାସ୍" ବଲି ଦନିଅବାଦ୍ କଲା । ସେ ଜିଉଦି ଲକ୍ ନଏଁ । ସେ ସମିରଣିୟ ବଲି ଗଟେକ୍ ଜାଗାର୍ ଲକ୍ । 17 ଜିସୁ ତାକେ କଇଲା, "ମୁଇତା ଦସ୍ଲକ୍କେ ନିମାନ୍ କରି ରଇଲି । ତକେ ଗଟେକ୍ ଲକ୍କେ ଚାଡି ଆରି ନଅ ଲକ୍ କେନେ ଗାଲାଇ ? 18 ନିମାନ୍ ଅଇଲା ପଚେ ବାଉଡି ଆସି ପର୍ମେସର୍କେ ଦନିଅବାଦ୍ କର୍ବାକେ ଏ ଗଟେକ୍ ସମିରଣିୟ ଲକ୍ସେ ରଇଲା କି ?" 19 ତାର୍ ପଚେ ଜିସୁ ତାକେ କଇଲା, "ତୁଇ ଏବେ ଉଟ୍ ଆରି ଜାଆ, କାଇକେ ବଇଲେ ମୁଇ ତକେ ନିମାନ୍ କରିପାର୍ବି ବଲି ବିସ୍ବାସ୍ କରିରଇଲୁସ୍ ।"