ଆଁକି ନ ଡିସ୍ବା ବିକାରିକେ ଜିସୁ ନିକକଲା
35 ଜିସୁ ଜିରିଅ ଗଡେ କେଟାକେଟି ଅଇଲାବେଲେ ଗଟେକ୍ କାଣା ବାଟ୍ପାଲି ବସି ବିକ୍ ମାଙ୍ଗ୍ତେ ରଇଲା । 36 ଜିସୁର୍ ସଙ୍ଗ୍ ଜିବା ଲକର୍ କାତା ସୁନି, "ଏଟା କାଇଟା ଅଇଲାନି ?" ବଲି ତେଇ ରଇଲା ଲକ୍ମନ୍କେ ପାଚାର୍ଲା ।
37 ସେ ଲକ୍ମନ୍ କାଣାକେ କଇଲାଇ, "ନାଜରିତ୍ ଗାଉଁର୍ ଜିସୁ ଏ ବାଟେ ଗାଲାନି ।"
38 ତେଇ ସେ ଆଉଲିଅଇ କଇଲା, "ଏ ଦାଉଦ୍ ରାଜାର୍ କୁଟୁମର୍ ପିଲା ଜିସୁ ! ତମେ ମକେ ଦୟା କରା ।"
39 ଆଗେ ଜିବା ଲକ୍ମନ୍ କାଣାକେ ଦମ୍କାଇ କରି ଚୁପ୍ଅଇ ରଇବାକେ କଇଲାଇ । ମାତର୍ ସେ ଅଦିକ୍ ଅଦିକ୍ ଆଉଲି ଅଇ "ଏ ଦାଉଦ୍ ରାଜାର୍ କୁଟୁମର୍ ପିଲା ଜିସୁ ! ମକେ ଦୟା କରା !" ବଲି କଇଲା । 40 ଜିସୁ ତାର୍ କାତା ସୁନି ଟିଆ ଅଇଲା ଆରି, "ତାକେ ମର୍ ଲଗେ ଆନା" ବଲି ଆଦେସ୍ ଦେଲା । 41 କାଣା ବିକାରି ଜିସୁର୍ ଲଗେ ଆଇଲାଜେ, ଜିସୁ ତାକେ ପାଚାର୍ଲା, "ମୁଇ ତର୍ପାଇ କାଇଟା କର୍ବି ବଲି ମନ୍ କଲୁସ୍ନି ?" ସେ ଜିସୁକେ "ଏ ମାପ୍ରୁ, ମକେ ଦେକ୍ବା ବପୁ ଦିଆ । ସେନ୍ତି ମକେ ନିମାନ୍ କରିଦେ ।" ବଲି କଇଲା ।
42 ତେବେ ଜିସୁ ତାକେ କଇଲା, "ତୁଇ ଦେକ୍ବାକେ ପାଆ ! ମୁଇ ତର୍ ଆଁକି ନିକ କର୍ବି କାଇକେ ବଇଲେ, ତୁଇ ମର୍ତେଇ ବିସ୍ବାସ୍ କରି ଆଚୁସ୍ ।" 43 ସେ ଦାପ୍ରେ, ସେ କାଣା ଦେକି ପାର୍ଲା । ଆରି ପର୍ମେସର୍କେ ଦନିଅବାଦ୍ କରିକରି ଜିସୁର୍ ସଙ୍ଗ୍ ଗାଲା । ଏ ଗଟ୍ନା ଦେକ୍ଲା ସବୁ ଲକ୍ମନ୍ ପର୍ମେସରର୍ ଡାକ୍ପୁଟା କଲାଇ ।