15 ଦୁତ୍ମନ୍ ମେଣ୍ଡା ଚାରାଉ ଗଉଡ୍ମନ୍କେ ଚାଡି ସର୍ଗେ ଉଟିଗାଲା ପଚେ, ଗଉଡ୍ମନ୍ ତାକର୍ ତାକର୍ ବିତ୍ରେ କୁଆବଲା ଅଇବାର୍ ଦାର୍ଲାଇ, "ଆସା ଆମେ ସବୁ ବେତ୍ଲିଇମ୍ ଜାକ ଜାଇକରି, ପର୍ମେସର୍ ଜାନାଇରଇଲା ବିସଇ ଦେକୁ ।"
16 ତେଇଅନି ସେମନ୍ ଦାପ୍ରେ ଜାଇ କଜିକରି ମରିୟମ୍, ଜସେପ୍ ଆରି ଗରୁସାଲର୍ ଡଙ୍ଗାଇ ପିଲା ଡୁଲିରଇଲାଟା ଦେକ୍ଲାଇ । 17 ସେମନ୍ ପିଲାକେ ଦେକିକରି, ଦୁତ୍ ଜାଇ ଜାଇଟା କଇରଇଲା, ତେଇ ରଇଲା ସବୁଲକ୍କେ କଇଲାଇ । 18 ଆରି ଜେତ୍କି ଲକ୍ ତେଇ ରଇଲାଇ ଗଉଡ୍ମନର୍ ଟାନେଅନି ସେ ସବୁ କାତା ସୁନି କାବା ଅଇଗାଲାଇ ।