22 ପଚେ ଜେଡେବଲ୍ ମସାର୍ ବିଦି ଇସାବେ, ଜସେପ୍ ଆରି ମରିୟମର୍ ସୁତକ୍ ଅଇରଇବା ବେଲା ପୁରୁନ୍ ଅଇଆଇଲା, ପିଲାକେ ପର୍ମେସର୍କେ ସର୍ପି ଦେବାକେ ଜିରୁସାଲାମ୍ ମନ୍ଦିରେ ନେଲାଇ । 23 ମାପ୍ରୁର୍ ଲେକା ଅଇରଇବା ସାସ୍ତର୍ ଇସାବେ, ସେ ବେଲେ ଜନ୍ ଗରେ ମିସା, ପର୍ତୁମ୍ ଜନମ୍ ଅଇଲା ପଣୁଆ ପିଲାମନ୍ ପର୍ମେସରର୍ ସେବାର୍ ପାଇ ସର୍ପି ଅଇବାଇ ବଲି ମାନ୍ତେ ରଇଲାଇ । 24 ଜସେପ୍ ଆରି ମରିୟମ୍ ଜିସୁକେ ଲେକା ଅଇରଇବା ସାସ୍ତର୍ ଇସାବେ ପର୍ମେସର୍କେ ସର୍ପି ଦେବାକେ ଆରି ସୁକଲ୍ ଅଇବା ବିରୁର୍ପାଇ ଦୁଇଟା ପରୁଆ ପିଲା ଦାରି ଜିରୁସାଲାମ୍ ଗାଲାଇ ।
ସିମିୟନ୍ ଆରି ଆନା ଜିସୁକେ ଦେକ୍ଲାଇ
25 ସେବେଲେସେ ଜିରୁସାଲାମେ ସିମିୟନ୍ ନାଉଁର୍ ଗଟେକ୍ ଦରମ୍ ଲକ୍ ରଇଲା । ସେ ମାପ୍ରୁ ଦେକ୍ବା ଇସାବେ ନିମାନ୍ ଲକ୍ । ଇସ୍ରାଏଲ୍ ଦେସେ ଉଦାର୍କାରିଆ ଆସି ସାନ୍ତି ଦେଅ ବଲି ଜାଗିରଇଲା । ଆରି ତାର୍ଟାନେ ସୁକଲ୍ ଆତ୍ମା ବାସାଅଇରଇଲା । 26 ସୁକଲ୍ ଆତ୍ମା ତାକେ ଜାନାଇଦେଇରଇଲା ଜେ, ପର୍ମେସର୍ ପାଟାଇରଇବା ଉଦାର୍କାରିଆର୍ ଦର୍ସନ୍ ନ ମିଲ୍ବାଜାକ ତାର୍ ମରନ୍ ନ ଅଏ । 27 ତାକେ ଆତ୍ମା ଚାଲାଇ ଆନ୍ଲାଜେ ସେ ଦେଉଲର୍ ଡାଣ୍ଡେ ଆଇଲା, ଆରି ଜେଡେବଲ୍ ସାନ୍ପିଲା ଜିସୁର୍ ଆୟା ବାବା ତାକେ ବିତ୍ରେ ଆନ୍ଲାଇ,
28 ସେଡ୍କିବେଲେ ସିମିୟନ୍ ସାନ୍ପିଲାକେ କଲେ ଦାରି ପର୍ମେସରର୍ ମଇମା କରି କଇଲା,
29 "ଏ ମାପ୍ରୁ ! ଏବେ ତୁଇ ନିଜର୍ ବାକିଅ ଇସାବେ
ତର୍ ନିଜର୍ ଦାସ୍ ମକେ ସାନ୍ତିସଙ୍ଗ୍ ଜିବାକେ ଦେଲୁସ୍ନି !
30 କାଇକେବଇଲେ ମର୍ ଆଁକି ତର୍ ଉଦାର୍ ଦେକି ଆଚେ,
31 ଜନ୍ ଉଦାର୍କାରିଆକେ ତମେ ସବୁଲକର୍ ମୁଆଟେ ପାଟାଇ ଆଚାସ୍ ।
32 ଆରି ବିଜାତି ଲକ୍ମନର୍ପାଇ ବଲି ଜାନାଇଅଇଲା ସତର୍ ଉଜଲ୍
ଆରି ତମର୍ ଲକ୍ମନ୍ ଇସ୍ରାଏଲର୍ ମଇମା କରି ଆଚାସ୍ ।"
33 ସିମିୟନର୍ଟାନେଅନି ଜିସୁର୍ ବିସଇର୍ କାତା ସୁନି ଜସେପ୍ ଆରି ମରିୟମ୍ କାବାଅଇ ଜାଇତେ ରଇଲାଇ । 34 ଆରି ସିମିୟନ୍ ସେଲକ୍କେ ଆସିର୍ବାଦ୍ ଦେଇ ଜିସୁର୍ ମାକେ କଇଲା, "ଏ ପିଲା ଇସ୍ରାଏଲ୍ ଦେସର୍ କେତେ କେତେ ଲକ୍ ଉବଜ୍ବାଟା ଆରି କେତେ କେତେ ଲକ୍ ବୁଡିଜିବାର୍ପାଇ ବଲି ପର୍ମେସର୍ ବାଚି ପାଟାଇଲା ଲକ୍ ଅଇସି । କେତେ କେତେ ଲକ୍ମନ୍ ତାର୍ ବିରୁଦେ କଇବା, ଗଟେକ୍ ଚିନ୍ ପାରା ଅଇସି । 35 କେତେ କେତେ ଲକ୍ ତାକେ ବିରଦ୍ କରି ନିଜର୍ ମନ୍ ବିତ୍ରର୍ କାତା ସବୁ ଜାନାଇବାଇ । ଆରି ତମର୍ ଜିବ୍ନେ ଗଟେକ୍ କାଣ୍ଡା ବୁସିଅଇରଇଲାପାରା ତମ୍କେ ବେସି ଦୁକ୍ ଆଇସି ।"
36 ସେ ଦାପ୍ରେ, ଏଦେ ଦେକା ! ଆନା ନାଉଁର୍ ଗଟେକ୍ ମାଇଜି ବବିସତ୍ବକ୍ତା ତାକର୍ ଲଗେ ଆଇଲା । ସେ ଆସେର୍ ବଁସର୍ ପିନୁଏଲର୍ ଟକି, ସେ ବେସି ଡକ୍ରି ଅଇଜାଇରଇଲା । ବିବା ଅଇ ମୁନୁସ୍ ସଙ୍ଗ୍ ସାତ୍ ବରସ୍ ରଇକରି, ରାଣ୍ଡି ଅଇଗାଲା । ଆରି ତାକେ ଚାରିକଡିଚାରି ବରସ୍ ଅଇରଇଲା । 37 ସେ ଦେଉଲେଅନି କେନେ ନ ଜାଇ, ଉପାସ୍ ରଇକରି ଦିନ୍ ରାତି ମାପ୍ରୁର୍ ଉପାସନା କର୍ତେରଇଲା । 38 ପିଲାକେ ମାପ୍ରୁର୍ଟାନେ ସର୍ପି ଦେବାବେଲେ ସେ ଦେଉଲର୍ ଡାଣ୍ଡେ କେଟି, ପର୍ମେସରର୍ ମଇମା କରିକରି ଜନ୍ ଲକ୍ମନ୍ ଜିରୁସାଲାମର୍ ମୁକ୍ତି ମିଲ ବଲି ଜାଗ୍ତେରଇଲାଇ, ସେ ଲକ୍ମନ୍କେ ପିଲାର୍ ବିସଇ କଇବାର୍ ଦାର୍ଲା ।