ସାନ୍ ପିଲା ଜିସୁ ଦେଉଲେ ରଇବାଟା
41 ଜିସୁର୍ ବାବା, ମା ସବୁବର୍ସେ ଜିଉଦିମନର୍ ନିସ୍ତାର୍ ପରବ୍ ପାଇ ଜିରୁସାଲାମେ ଜାଇତେରଇଲାଇ । 42 ତରେକ୍ ଜିସୁକେ ବାର ବରସ୍ ଅଇଲାବେଲେ ସେମନର୍ ରିତିନିତି ଇସାବେ ଜିରୁସାଲାମେ ପରବ୍ ମାନ୍ବାର୍ ଗାଲାଇ ।
43 ସେମନ୍ ପରବ୍ ସାରାଇ ବାଉଡି ଆଇଲାବେଲେ, ପିଲା ଜିସୁ ଜିରୁସାଲାମେ ରଇଗାଲା । ମାତର୍ ତାର୍ ବାବା ମାଆ ମିସା ସେ ତେଇ ରଇଲାଟା ଜାନି ନ ରଇଲାଇ । 44 ତାର୍ ସଙ୍ଗର୍ ଲକ୍ମନର୍ ସଙ୍ଗ୍ ଆଚେ କାଇକି ବଲି ବାବିକରି ସେମନ୍ ଗଟେକ୍ ଦିନର୍ ବାଟେ ଇଣ୍ଡି ଉଟି ଜାଇରଇଲାଇ । ସେମନ୍ ସାଇପଡିସା, ଚିନାର୍ ଜାନାର୍ ଲକ୍ମନ୍କେ ପାଚାରି କଜ୍ଲାଇ । 45 ଡିସେନାଇକେ ଆରି କଜି କଜି ଜିରୁସାଲାମେ ବାଉଡିଗାଲାଇ । 46 ତିନ୍ଦିନ୍ ପଚେ ସେମନ୍ ତାକେ ମନ୍ଦିରେ ଦେକ୍ଲାଇ, ସେ ସାସ୍ତର୍ ସିକାଉମନର୍ ମଜାଇ ବସି, ତାକର୍ କାତା ସୁନ୍ତେରଇଲା, ଆରି ପର୍ସନ୍ ପାଚାର୍ତେରଇଲା । 47 ଆରି ତେଇ ଜେତ୍କି ଲକ୍ ତାର୍ କାତା ସୁନ୍ତେରଇଲାଇ, ସବୁଲକ୍ ସେ କାତା ଅଇବାଟା ଆରି ତାର୍ ବୁଦି ଦେକି କାବାଅଇ ଜାଇତେରଇଲାଇ । 48 ଜସେପ୍ ଆରି ମରିୟମ୍ ମିସା ଜିସୁକେ ଦେକି କାବା ଅଇଗାଲାଇ, ଆରି ତାର୍ ମାଆ ତାକେ କଇଲା, "ତୁଇ କାଇକେ ନୁନା ଆମ୍କେ ଏନ୍ତାରି କଲୁସ୍ ? ଦେକ୍ନି ତର୍ ବାବା ଆରି ମୁଇ କେତେକ୍ କିଲ୍ବିଲ୍ ଅଇ କଜ୍ଲୁନି ।"
49 ତେଇ ଜିସୁ ସେମନ୍କେ କଇଲା, "କାଇକେ ମକେ କଜ୍ତେରଇଲାସ୍ ? ମର୍ ବାବାର୍ ଗରେ ମୁଇ ରଇବାର୍ ଆଚେଆକା, ଏଟା ନାଜାନି ରଇଲାସ୍ କି ?" 50 ମାତର୍ ଜିସୁ ସେମନ୍କେ ଜନ୍ କାତା କଇଲା, ସେଟା ସେମନ୍ ବୁଜିନାପାର୍ଲାଇ ।
51 ପଚେ ଜିସୁ ତାର୍ ବାବା ମାଆ ସଙ୍ଗ୍ ନାଜରିତେ ବାଉଡି ଆଇଲା ଆରି ତାକର୍ କାତା ମାନ୍ତେରଇଲା, ମରିୟମ୍ ମିସା ଏ ସବୁ କାତା ନିଜର୍ ମନ୍ ବିତ୍ରେ ସଙ୍ଗଇ ଚିନ୍ତା କଲା । 52 ଜିସୁ, ଗିଆନେ, ଗାଗ୍ଡେ, ପର୍ମେସର୍ ଆରି ଲକ୍ମନର୍ ଦୟାଇ ବଡିଆଇଲା ।