ଜିସୁ କେତେ କେତେ ଲକ୍ମନ୍କେ ନିମାନ୍ କଲା
38 ପଚେ ଜିସୁ ଜିଉଦିମନର୍ ପାର୍ତନା ଗରେଅନି ଉଟି ସିମନର୍ ଗରେ ଗାଲା । ସିମନର୍ ସାତ୍ରିକେ ବେସି ଜର୍ ଅଇରଇଲାଜେ ସେମନ୍ ତାର୍ ବିସଇ ନେଇ ଜିସୁକେ କଇଲାଇ । 39 ତେଇ ସେ ସିମନର୍ ସାତ୍ରିର୍ ଲଗେ ଟିଆଅଇ ଜର୍କେ ଦମ୍କାଇଲା ଆରି ତାକେ ଜର୍ ଚାଡିଗାଲା । ସେଦାପ୍ରେ ସେ ଉଟିକରି ସେମନ୍କେ ସେବା କର୍ବାର୍ ଦାର୍ଲା ।