ଜିସୁ ପର୍ତୁମ୍ ସିସ୍ମନ୍କେ ଡାକ୍ଲା
1 ୫:୧ ମାତିଉ ୧୩:୧,୨; ମାର୍କ ୩:୯,୧୦;୪:୧ ଦିନେକ୍ ଜିସୁ ଗିନେସରତ୍ ଗାଡ୍କଣ୍ଡି ଟିଆଅଇରଇଲା ବେଲେ ଲକ୍ମନ୍ ମାଣ୍ଡାଚୁଣ୍ଡା ଅଇ ପର୍ମେସରର୍ ବାକିଅ ସୁନ୍ତେରଇଲାଇ । 2 ସେଡ୍କିବେଲେ ସେ ଗାଡ୍କଣ୍ଡି ଦୁଇଟା ଡଙ୍ଗା ରଇଲାଟା ଦେକ୍ଲା, କେଉଟ୍ମନ୍ ଡଙ୍ଗାଇଅନି ଉତ୍ରି ଜାଲ୍ ଦଇତେରଇଲାଇ । 3 ସେ ଡଙ୍ଗାମନର୍ ବିତ୍ରେଅନି ଜନ୍ଟା କେଉଟ୍ ସିମନର୍ଟା ରଇଲା, ଜିସୁ ତେଇ ଚଗିକରି "କଣ୍ଡିତେଇଅନି କଣ୍ଡେକ୍ ଦୁର୍ ପାନିତେଇ ଚାଲାଇନେ ।" ବଲି ସିମନ୍କେ କଇଲା, ଆରି ଡଙ୍ଗାଇ ବସିକରି ସିକିଆ ଦେବାର୍ ଦାର୍ଲା ।
4 ଜିସୁ କାତା ସାରାଇକରି ସିମନ୍କେ କଇଲା, "ଡେଙ୍ଗ୍ ପାନିଟାନେ ଜାଇକରି ମାଚ୍ ଦାର୍ବାକେ ତମର୍ ଜାଲ୍ ପାକାଆ ।"
5 ୫:୫ ଜଅନ୍ ୨୧:୩ ତେଇ ସିମନ୍ କଇଲା, "ଏ ଗୁରୁ ଆମେ ସବୁଲକ୍ ଗୁଲାଇରାତି କସ୍ଟ କରି ଗଟେକ୍ ମିସା ଦାରୁନାଇ, ମାତର୍ ତମର୍ କାତା ଦାରି ମୁଇ ଜାଲ୍ ପାକାଇବି ।" 6 ୫:୬ ଜଅନ୍ ୨୧:୬ଆରି ଜାଲ୍ ପାକାଇଲାଇକେ, ଏଦେ ଦେକା ! ଏନ୍ତି ମାଚ୍ ଲାଗ୍ଲାଇଜେ ତାକର୍ ଜାଲ୍ ଚିରିଅଇବାର୍ ଦାର୍ଲା । 7 ଡଙ୍ଗାଇ ମାଚ୍ ବର୍ତି କଲାଇଜେ ସେ ଦୁଇଟା ଡଙ୍ଗା ବୁଡ୍ଲା ପାରା ଅଇଗାଲା । 8 ଏଟା ଦେକି ସିମନ୍ ପିତର୍ ଜିସୁର୍ ପାଦେ ମାଣ୍ଡିକୁଟା ଦେଇ ଜୁଆର୍ କରି କଇଲା, "ମର୍ଟାନେଅନି ଜାଆ ମାପ୍ରୁ, କାଇକେବଇଲେ ମୁଇ ଗଟେକ୍ ପାପି ମୁନୁସ୍ ।"
9 କାଇକେବଇଲେ ତେଇ ସେମନ୍ ଏତେକ୍ ମାଚ୍ ଦାରିରଇଲାଇଜେ, ସେଟା ଦେକି ସିମନର୍ ସଙ୍ଗାରିମନ୍ କାବାଅଇଗାଲାଇ । 10 ଆରି ଜେବଦିର୍ ଦୁଇଟା ପ ଜାକୁବ୍ ଆରି ଜଅନ୍ ଜନ୍ଲକ୍ମନ୍ ସିମନର୍ ସଙ୍ଗାରି ରଇଲାଇ, ସେମନ୍ ମିସା ସେନ୍ତାରିସେ କାବା ଅଇଗାଲାଇ । ଆରି ଜିସୁ ସିମନ୍କେ କଇଲା, "ଡରାନାଇ, ଆଜିଅନି ତମେ ମାଚ୍ ନ ଦାରି, ଲକ୍ମନ୍କେ ମର୍ଟାନେ ଆନ୍ସା ।"
11 ତେଇ ସେମନ୍ ସବୁ ତାକର୍ ଡଙ୍ଗା କଣ୍ଡି ଆନି ଚାଡିଦେଇକରି ଜିସୁର୍ ପଚେ ପଚେ ଗାଲାଇ ।