31 ଜିସୁ ଆରିତରେକ୍ କଇଲା, ଏବର୍ ଲକ୍ମନ୍କେ ମୁଇ କାର୍ ସଙ୍ଗ୍ ସମାନ୍ କର୍ବି ? ଆରି ସେମନ୍ କାର୍ ପାରା ? 32 ଜନ୍ ପିଲାମନ୍ ଡାଣ୍ଡେବାଟେ ବସି ସେମନ୍ ସେମନ୍ ଡାକାଡାକିଅଇ କୁଆକୁଇ ଅଇବାଇ, " ଅଇରେ, ଆମେ ତମର୍ଲଗେ ବାଉଁସି ପୁକ୍ଲୁ, ତମେ ନାଟ୍ କରାସ୍ନାଇ, ଦୁକର୍ ଗିତ୍ ଗାଇଲୁ, ତମେ କାନ୍ଦାସ୍ନାଇ, ସେମନ୍ ତାକର୍ପାରା । 33 କାଇକେବଇଲେ, ଡୁବନ୍ ଦେଉ ଜଅନ୍ ଆସି ଉପାସେ ରଇ, ଆମଟ୍ ଅଇଲା ପଲ୍ରସ୍ ମିସା କାଏନାଇ, ଆରି ତମେ ତାକେ କଇଲାସ୍ନି ଡୁମା ଦାରିଆଚେ ବଲି । 34 ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ଆସି କିଆପିଆ କଲିନି, ଆରି ତମେମନ୍ କଇଲାସ୍ନି, ଦେକା ଅ ! ଏ ଗଟେକ୍ କାଉରାଟା ଆରି ମଦୁଆଟା, ସିସ୍ତୁମାଙ୍ଗୁମନର୍ ଆରି ପାପିମନର୍ ମଇତର୍ । 35 ମାତର୍ ଜନ୍ଲକ୍ମନ୍ ପର୍ମେସରର୍ ଗିଆନ୍ ମାନ୍ବାଇ, ସେମନର୍ଟାନେ ମାପ୍ରୁ ସତ୍ ଇସାବେ ଡିସ୍ସି ।"
ପାରୁସି ସିମନର୍ ଗରେ ଜିସୁ
36 ଆରି ପାରୁସିମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ କାଇବାକେ ଡାକ୍ଲା । ତେଇ ଜିସୁ ପାରୁସିର୍ ଗରେ ଜାଇକରି କାଇବାକେ ବସ୍ଲା । 37 ୭:୩୭ ମାତିଉ ୨୬:୭; ମାର୍କ ୧୪:୩; ଜଅନ୍ ୧୨:୩ଆରି ଦେକା, ସେ ନଅରେ ଗଟେକ୍ ପାପି ମାଇଜି ରଇଲା । ଜିସୁ ପାରୁସିର୍ ଗରେ କାଇବାକେ ବସିଆଚେ ବଲି ଜାନିକରି, ସେ ଗଟେକ୍ କଣ୍ଡିତେଇ ବାସ୍ନା ଚିକନ୍ ଆନ୍ଲା ।