41 ଆରି ଏଦେ ଦେକା ! ଜାଇରସ୍ ନାଉଁର୍ ଗଟେକ୍ ଲକ୍ ଆଇଲା । ସେ ଜିଉଦି ଲକ୍ମନର୍ ପାର୍ତନା ଗରର୍ ମୁକିଆ ରଇଲା । ସେ ଜିସୁର୍ ପାଦ୍ ତଲେ ଅଦ୍ରି ତାର୍ ଗରେ ଆଇବାକେ ଗୁଆରି କଲା । 42 କାଇକେ ବଇଲେ ତାଉଁକେ ଗଟେକ୍ସେ ବାର ବରସର୍ ଟକି ରଇଲା ଆରି ସେ ମଲାପାରା ଅଇଜାଇରଇଲା । ମାତର୍ ଜିସୁ ଜାଇତେ ରଇବାବେଲେ ଲକ୍ମନ୍ ତାର୍ ଉପ୍ରେ ମାଣ୍ଡାଚୁଣ୍ଡାଅଇଜାଇତେ ରଇଲାଇ ।