43 ସେଡ୍କିବେଲେ ବାର ବରସ୍ ଦାରି ବନି ଜାଇତେ ରଇବା ଗଟେକ୍ ରଗିନି ମାଇଜି ରଇଲା । ନିଜର୍ ସବୁଡାବୁ ସାରାଇକରି ମିସା୮:୪୩ କେତେଟା ପାଣ୍ଡୁ ଲିପିଟାନେ ଏ ପଦ ଲେକାଅଏନାଇ କାର୍ ଲଗେ ଜାଇ ନିକ ଅଇ ନାପାର୍ଲା । 44 ସେ ପଚ୍ବାଟେଅନି ଆସି ଜିସୁର୍ ଲୁଗା ଜାଲି ଚିଇଲା । ଚିଇଲା ଦାପ୍ରେ ତାର୍ ବନି ଜିବାଟା ତେବ୍ଲା । 45 ତେଇ ଜିସୁ କଇଲା, "କେ ମକେ ଚିଇଲା ?" ମାତର୍ ସବୁ ଲକ୍ ନାଇ ବଲି କଇଲାଇଜେ, ପିତର୍ କଇଲା, "ଏ ଗୁରୁ ଲକ୍ମନ୍ ମାଣ୍ଡାଚୁଣ୍ଡାଅଇ ତମର୍ ଉପ୍ରେ ଡାବିଅଇଆଇଲାଇନି ।"
46 ମାତର୍ ଜିସୁ କଇଲା, "କେ କି ଗଟେକ୍ ଲକ୍ ମକେ ଚିଇଲା, କାଇକେ ବଇଲେ ମର୍ ବିତ୍ରେଅନି ବପୁ ବାରଇଲା ବଲି ମୁଇ ଜାନ୍ଲି ।" 47 ଜେଡେବଲ୍ ମାଇଜି ଦେକ୍ଲାଜେ ମୁଇ ଲୁଚିନାପାରି, ସେ ତର୍ତରି ତର୍ତରି ଆସି ଜିସୁର୍ ପାଦେ ଅଦ୍ରି, କାଇଟାର୍ ପାଇ ତାକେ ଚିଇଲା, ଆରି କେନ୍ତାରି ଦାପ୍ରେ ନିକ ଅଇଲା, ସେଟା ସବୁ ଲକର୍ ମୁଆଟେ ଜାନାଇଲା । 48 ତେଇ ଜିସୁ ତାକେ କଇଲା, "ନୁନି ତର୍ ବିସ୍ବାସ୍ ତକେ ନିମାନ୍ କଲାଆଚେ ସାନ୍ତିଅଇ ଉଟିଜା ।"