27 ମାତର୍ ମୁଇ ତମ୍କେ ସତ୍ କଇଲିନି, ପର୍ମେସରର୍ ରାଇଜ୍ ନ ଦେକ୍ବାଜାକ ଇତି ଟିଆଅଇରଇବା ଲକ୍ମନର୍ ବିତ୍ରେଅନି କେତେଲକ୍, ପର୍ମେସରର୍ ରାଇଜ୍ ଦେକ୍ବାଇ ।"
ଜିସୁ ବିନ୍ ରକାମ୍ ଡିସ୍ଲା
28 ଜିସୁ ଏ ସବୁ କଇ ପାକାପାକି ଆଟ୍ଦିନ୍ ଗାଲାପଚେ, ଜଅନ୍, ପିତର୍ ଆରି ଜାକୁବର୍ ସଙ୍ଗ୍ ପାର୍ତନା କର୍ବାକେ ପର୍ବତ୍ ଉପ୍ରେ ଗାଲା । 29 ଆରି, ସେ ପାର୍ତନା କର୍ବାବେଲେ ତାର୍ ମୁ ବିନ୍ ଅଇଗାଲା ଆରି ସେ ପିନ୍ଦ୍ଲା ଲୁଗା ଦବ୍ ଅଇ ବିଜ୍ଲିପାରା ଜିକ୍ମିକିଗାଲା । 30 ଆରି ଏଦେ ଦେକା ! ସେଦାପ୍ରେ ମସା ଆରି ଏଲିୟ ତାର୍ସଙ୍ଗ୍ କାତାବାର୍ତା ଅଇବାର୍ ଦାର୍ଲାଇ । 31 ସେମନ୍ ସରଗର୍ ମଇମାସଙ୍ଗ୍ ଡିସ୍ତେ ରଇଲାଇ । ସେ କେନ୍ତି ଜିରୁସାଲାମେ ଦୁକ୍ କସ୍ଟ ପାଇ ମରିକରି ପର୍ମେସରର୍ ଜଜ୍ନା ସିଦ୍ କର୍ବାର୍ ଆଚେ ବଲି ସେମନ୍ ଜିସୁର୍ସଙ୍ଗ୍ କାତା ଅଇଲାଇ ।