32 ସେଡ୍କିବେଲେ ପିତର୍ ଆରି ତାର୍ ସଙ୍ଗର୍ ଲକ୍ମନ୍ ଟାଟିଅଇତେ ସଇଦେଇରଇଲାଇ, ମାତର୍ ସେମନ୍ ଚେତାଅଇ ଜାଗ୍ରତ୍ ଅଇବାକେ, ଜିସୁର୍ ମଇମା ଆରି ତାର୍ସଙ୍ଗ୍ ଦୁଇଲକ୍ ଟିଆଅଇରଇବାଟା ଦେକ୍ଲାଇ । 33 ମସା ଆରି ଏଲିୟ ବାରଇ ଜିବା ବେଲେ ପିତର୍ ଜିସୁକେ କଇବାର୍ ଦାର୍ଲା, "ଏ ଗୁରୁ, ଆମେ ତା ଏ ଜାଗାଇ ଆଚୁ, ଏଟା ନିକ ଜାଗା, ଇତି ତିନ୍ଟା କୁଡିଆ ତିଆର୍ କରୁ । ତମର୍ପାଇ ଗଟେକ୍, ମସାର୍ପାଇ ଗଟେକ୍ ଆରି ଏଲିୟର୍ପାଇ ଗଟେକ୍ ।" ମାତର୍ ସେ କାଇଟା କଇଲାନି, ସେଟା ସେ ଜାନିନାପାର୍ଲା ।