ଜିସୁ ସାନ୍ ପିଲାମନ୍କେ ଆସିର୍ବାଦ୍ କଲା
13 ଗଟେକ୍ ଦିନ୍ କେତେକ୍ ଲକ୍ମନ୍ ତାକର୍ ପିଲାଟକିମନ୍କେ ଜିସୁ ଆତ୍ ସଙ୍ଗଇ ଆସିର୍ବାଦ୍ କର ବଲି ତାର୍ଲଗେ ଆନ୍ଲାଇ । ମାତର୍ ତାର୍ ସିସ୍ମନ୍ ଲକ୍ମନ୍କେ, ଦମ୍କାଲାଇ । 14 ଜିସୁ ଏଟା ଦେକି ବେସି ରିସାଅଇ ସିସ୍ମନ୍କେ କଇଲା, "ସାନ୍ ପିଲାମନ୍କେ ମର୍ ଲଗେ ଆଇବାକେ ବାଟ୍ ଦିଆସ୍, ସେମନ୍କେ ମନା କରାନାଇ । କାଇକେବଇଲେ ପର୍ମେସରର୍ ରାଇଜ୍ ଏନ୍ତି ପିଲାଟକିମନର୍ ପାରା ରଇବା ଲକ୍ମନର୍ ପାଇସେ ।