21 ଜିସୁ ତାକେ ନିକକରି ଦେକ୍ଲା ଆରି ତାକେ ଆଲାଦ୍ କରି କଇଲା, "ତୁଇ ଏବେ ମିସା ଗଟେକ୍ ବିସଇତେଇ ଉନା ଆଚୁସ୍ । ତୁଇ ଜାଇ ତର୍ ଦନ୍ସଁପତି ବିକି, ସେ ଡାବୁ ଗରିବ୍ ଲକ୍ମନ୍କେ ବାଟାକରି ଦେସ୍, ତୁଇ ସର୍ଗେ ଦନ୍ ପାଇସୁ । ଏନ୍ତିକରି ମର୍ ପଚେ ପଚେ ଆଉ ।" ବଲିକରି କଇଲା । 22 ଜିସୁ କଇଲା ଏ କାତା ସୁନିକରି ସେ ଲକ୍ ମୁ ସୁକାଇ କରି, ଗରେ ଉଟିଗାଲା । କାଇକେବଇଲେ ସେ ଲକ୍ ବେସି ସାଉକାର୍ ରଇଲା ।