43 ୧୦:୪୩ ମାତିଉ ୨୩:୧୧; ମାର୍କ ୯:୩୫; ଲୁକ୍ ୨୨:୨୬ମାତର୍ ତମର୍ ବିତ୍ରେ ଏନ୍ତି ନ ରଇକରି ବିନ୍ବାବେ ରଇବାର୍ ଆଚେ । ତମର୍ ବିତ୍ରେଅନି କେ ବଡ୍ ଲକ୍ ପାରା ଦେକାଇଅଇବାକେ ମନ୍ କଲାନି ବଇଲେ, ସେ ତମର୍ ସବୁ ଲକର୍ ଗଟେକ୍ ଗତିଦାଙ୍ଗ୍ଡା ପାରା ରଅ । 44 ଜଦି କେ ତମର୍ ବିତ୍ରେ ଅନି ପର୍ମେସରର୍ ମୁଆଟେ ମୁକିଅ ଲକ୍ ଅଇବାକେ ମନ୍ କଲାନି ବଇଲେ, ସେ ଗଟେକ୍ ଗେନ୍ଲା ଗତିଦାଙ୍ଗ୍ଡା ପାରା ସେବା କର । 45 କାଇକେ ବଇଲେ ପର୍ମେସର୍ଟାନେଅନି ଆସିରଇବା ନର୍ପିଲା ମୁଇ, ବିନ୍ ଲକ୍ମନର୍ଟାନେଅନି ମକେ ସେବା ମିଲ ବଲି ଆସି ନାଇ, ମାତର୍ ସେବା କର୍ବାକେ ଆସି ଆଚି । ଆରି ମୁଇ ଜିବନ୍ ଦେବାର୍ ଲାଗି, ବେସି ଲକ୍ ଦସି ବଲି ଏଜାଇ ନ ଅଇ, ପାପେଅନି ରକିଆ ପାଇବାଇ ।"