ଜିସୁ ଡୁମ୍ରି ଗଚ୍କେ ସାଇପ୍ଦେଲା
12 ତାର୍ ଆର୍କର୍ ଦିନେ ଜିସୁ ଆରି ତାର୍ ସିସ୍ମନ୍ ବେତ୍ନିଆଇଅନି ଜିରୁସାଲାମ୍ ଆଇବାବେଲେ ଜିସୁକେ ବେସି ବୁକ୍ କଲା । 13 ଜିସୁ ଦୁରିକେ ଅନି ବେସି ପତର୍ ରଇବା ଗଟେକ୍ ଡୁମ୍ରିଗଚ୍ ଦେକ୍ଲା । ଆରି ସେ ଗଚେ କେତେଟା ପଲ୍ ଦାରିରଇସି ବଲି ବାବିକରି ଗଚ୍ବୁନ୍ଦେ ଗାଲା । ମାତର୍ ଗଚ୍ଲଗେ ଜାଇକରି ଦେକ୍ଲାଜେ, ଗଟେକ୍ ମିସା ପଲ୍ ମିଲେ ନାଇ । କାଇକେବଇଲେ, ସେଟା ଡୁମ୍ରିପଲ୍ ଦାର୍ବା ଦିନ୍ ନ ରଇଲା । 14 ଜିସୁ ଗଚ୍କେ କଇଲା, "ତୁଇ ଆରି କେବେ ମିସା ପଲ୍ ନ ଦାରୁସ୍ ।" ସେ କାତା ତାର୍ ସିସ୍ମନ୍ ସୁନ୍ଲାଇ ।