ଡୁମ୍ରି ଗଚର୍ତେଇ ଅନି ସିକିଆ
20 ତାର୍ ଆର୍କର୍ ଦିନର୍ ସାକାଲେ ବାଉଡି ଆଇବାବେଲେ, ଏଦେ ଦେକା ! ସେ ଡୁମ୍ରିଗଚ୍ ବୁନ୍ଦେଅନି ଟିପେଜାକ ସୁକି ଜାଇରଇଲାଟା ଦେକ୍ଲାଇ । 21 ସେବେଲା ଜିସୁ ଆଗ୍ତୁ କଇରଇଲା କାତା ପିତର୍ ଏତାଇକରି ତାକେ କଇଲା, "ଏ ଗୁରୁ ଜନ୍ ଡୁମ୍ରି ଗଚ୍କେ ତମେ ସାଇପ୍ ଦେଇରଇଲାସ୍, ସେ ଗଚ୍ ସୁକିଗାଲା ଆଚେ ।"
22 ଜିସୁ ସେମନ୍କେ କଇଲା, "ତମେ ପର୍ମେସରର୍ ତେଇ ବିସ୍ବାସ୍ କରିରୁଆ । 23 ୧୧:୨୩ ମାତିଉ ୧୭:୨୦; ୧ମ କରନ୍ତିୟ ୧୩:୨ମୁଇ ତମ୍କେ ସତ୍ କାତା କଇଲିନି, ଜେ ନିଜର୍ ମନେ ଅଇସି କି ନଏ ବଲିକରି ଏନେ ତେନେ ନ ଅଇ, ସେ କଇବା କାତାଇ ବିସ୍ବାସ୍ କରି, ‘ଏ ଡଙ୍ଗର୍ ଉଲ୍ଟିକରି ସମ୍ଦୁରେ ଜାଇ ଅଦର୍ ।’ ବଲି କଇଲେ ସେଟା ସେନ୍ତାରି ଅଇସି । 24 ସେଟାର୍ପାଇଁ ମୁଇ ତମ୍କେ କଇଲିନି, ତମେ ପାର୍ତନାଇ ଜନ୍ଟା ମିଲ୍ସି ବଲି ବିସ୍ବାସ୍ କରି ମାଙ୍ଗ୍ଲେ, ସେଟା ତମ୍କେ ମିଲ୍ସି । 25 ୧୧:୨୫ ମାତିଉ ୬:୧୪,୧୫ମାତର୍ ତମେ ପାର୍ତନା କର୍ବା ବେଲେ ତମର୍ ମନେ କାର୍ ବିରଦେ ମିସା କାଇ କାତା ରଇଲେ, ତାକେ କେମା ଦିଆସ୍ । ଏନ୍ତି କଲେ ତମର୍ ସରଗର୍ ବାବା ମିସା ତମ୍କେ ତମର୍ ପାପେଅନି କେମା ଦେଇସି ।