9 ୧୩:୯ ମାତିଉ ୧୦:୧୭-୨୦; ଲୁକ୍ ୧୨:୧୧,୧୨ "ଏନ୍ତି ସବୁ ଅଇବା ବେଲା ତମେ ଜାଗ୍ରତ୍ ରୁଆ । ଲକ୍ମନ୍ ତମ୍କେ ବାନ୍ଦିକରି ବିଚାର୍ କର୍ବା ଲକ୍ମନ୍କେ ସର୍ପିଦେବାଇ । ସେମନ୍ ନିଆଇ କର୍ବା ଜାଗାଇ ତମ୍କେ ମାରିପାକାଇବାଇ । ତମେ ମର୍ ସିସ୍ ଅଇରଇବା ଲାଗି, ସାସନ୍ କର୍ବା ଲକ୍ମନର୍ଟାନେ ଆରି ରାଜାମନର୍ ମୁଆଟେ ଟିଆ କରାଇବାଇ । ତମେ ମର୍ଟାନେ ବିସ୍ବାସ୍ କଲା ବିସଇ ତେଇ ସାକି ଦେଇସା । 10 ଏ ସବୁ ଗଟ୍ନା ଅଇଜିବା ଆଗ୍ତୁ, ସବୁ ଦେସର୍ ଲକ୍ମନର୍ ଲଗେ, ଏ ନିମାନ୍ କବର୍ କେଟ୍ବାର୍ ଆଚେ ।