ଜିସୁର୍ ମଲା ମଡ୍ ରାଙ୍ଗ୍ନି କାଟି ତିଆର୍ କଲା ପାଆର୍ ବିତ୍ରେ ସଙ୍ଗଇଲାଇ
42 ସେ ଦିନ୍ ବିସ୍ରାମ୍ ଦିନ୍ ପାଇ ତିଆର୍ ଅଇବା ଦିନ୍ ଅଇରଇଲା । ସେଦିନେ ସଞ୍ଜ୍ବେଲା, 43 ଆରାମାତିଆ ଗାଉଁର୍ ବିଚାର୍କର୍ବା ମୁକିଅ ଲକ୍ ବିତ୍ରେ ରଇଲା ଜସେପ୍ ନାଉଁର୍ ଗଟେକ୍ ଲକ୍, ପର୍ମେସର୍ ସାସନ୍ କର୍ବା ରାଇଜର୍ ବେଲା ଆସ ବଲି ଜାଗିରଇବା ଗଟେକ୍ ଲକ୍ । ବେସି ସାଆସ୍ଅଇ ପିଲାତର୍ ଲଗେ ଜାଇକରି ଜିସୁର୍ ମଲାମଡ୍ ମାଙ୍ଗ୍ଲା ।