25 ତେଇ ଗଟେକ୍ ବାର ବରସ୍ ଜାକ ଗାଗ୍ଡେଅନି ବନି ଜିବା ମାଇଜିଟକି ରଇଲା । 26 ଜେ କି କେତେ କେତେ ଡାକ୍ଟର୍ଟାନେ ଜାଇକରି ମିସା ସାସ୍ତି ବଗି ସବୁ ବିକିଦେଇ ରଇଲା । ମାତର୍ ଅଲପ୍ମିସା ନିକ ନ ଅଇ ଅଦିକ୍ ଅଦିକ୍ ଅଇଜାଇତେରଇଲା । 27 ଜେଡେବେଲେ ସେ ଜିସୁର୍ ବିସଇ ସୁନି, ଲକ୍ ଗଅଲି ବିତ୍ରେ ପଚ୍ବାଟେ ଆସି ଜିସୁର୍ ଲୁଗା ଚିଇଲା, କାଇକେବଇଲେ ସେ କଇତେ ରଇଲା, 28 "କେନ୍ତି ମିସା ମୁଇ ତାର୍ ଲୁଗାଜାଲି ଅଲପ୍ ଚିଇଲେ ନିମାନ୍ ଅଇବି ।"
29 ସେ ଦାପ୍ରେ ତାର୍ ବନି ଜିବାଟା ବନ୍ଦ୍ଅଇଗାଲା, ସେଟା ସେ ନିଜେ ଜାନି ପାର୍ଲା ।