25 ତେଇ ଗଟେକ୍ ବାର ବରସ୍ ଜାକ ଗାଗ୍ଡେଅନି ବନି ଜିବା ମାଇଜିଟକି ରଇଲା । 26 ଜେ କି କେତେ କେତେ ଡାକ୍ଟର୍ଟାନେ ଜାଇକରି ମିସା ସାସ୍ତି ବଗି ସବୁ ବିକିଦେଇ ରଇଲା । ମାତର୍ ଅଲପ୍ମିସା ନିକ ନ ଅଇ ଅଦିକ୍ ଅଦିକ୍ ଅଇଜାଇତେରଇଲା । 27 ଜେଡେବେଲେ ସେ ଜିସୁର୍ ବିସଇ ସୁନି, ଲକ୍ ଗଅଲି ବିତ୍ରେ ପଚ୍ବାଟେ ଆସି ଜିସୁର୍ ଲୁଗା ଚିଇଲା, କାଇକେବଇଲେ ସେ କଇତେ ରଇଲା, 28 "କେନ୍ତି ମିସା ମୁଇ ତାର୍ ଲୁଗାଜାଲି ଅଲପ୍ ଚିଇଲେ ନିମାନ୍ ଅଇବି ।"
29 ସେ ଦାପ୍ରେ ତାର୍ ବନି ଜିବାଟା ବନ୍ଦ୍ଅଇଗାଲା, ସେଟା ସେ ନିଜେ ଜାନି ପାର୍ଲା । 30 ସେ ଦାପ୍ରେ ଜିସୁ ନିଜର୍ ଟାନେଅନି ସକ୍ତି ବାରଇବାଟା ଜାନିକରି ଲକ୍ମନର୍ ବାଟେ ବୁଲି ଦେକି କଇଲା, "କେ ମର୍ ଲୁଗା ଚିଇଲା ?"
31 ତାର୍ ସିସ୍ମନ୍ ତାକେ କଇଲାଇ, "ତମେତା ଦେକ୍ଲାସ୍ନି, ଲକ୍ମନ୍ ତମର୍ ଉପ୍ରେ ଡାବା ଡାବି ଅଇଗାଲାଇନି ଆରି ତମେ କେନ୍ତି କଇଲାସ୍ନି, କେ ମକେ ଚିଇଲା ବଲି ?"
32 ମାତର୍ ଜେ ଏଟା କରିରଇଲା, ତାକେ ଦେକ୍ବାକେ ସେ ଚାରିବେଡ୍ତି ଆଁକି ବୁଲାଇବାର୍ ଦାର୍ଲା । 33 ସେଡ୍କି ବେଲେ ସେ ମାଇଜିଟକି ତାକେ ଜନ୍ ଜନ୍ଟା ଗଟିଆଚେ, ସେଟା ଜାନି, ଡରିକରି ତର୍ତରି ତର୍ତରି ଆସି ଜିସୁର୍ ଗଡ୍ତଲେ ଅଦ୍ରି ସବୁ ସତ୍କାତା କଇଲା । 34 ଜିସୁ ତାକେ କଇଲା, "ନୁନି, ମର୍ଟାନେ ବିସ୍ବାସ୍ କଲାକେ ତୁଇ ନିମାନ୍ ଅଇ ଆଚୁସ୍, ସାନ୍ତିଅଇ ଜା ଆରି ତର୍ ରଗେଅନି ନିମାନ୍ ଅଇ ର ।"