17 ୬:୧୭ ଲୁକ୍ ୩:୧୯,୨୦ତେବେ ଏରଦ୍ ନିଜର୍ ବାଇ ପିଲିପର୍ ମାଇଜି ଏରଦିଆକେ ବିବା ଅଇ ରଇଲା । ତାକେ ସାର୍ଦା କର୍ବାକେ ନିଜେ ଏରଦ୍ ଲକ୍ମନ୍କେ ପାଟାଇ ଡୁବନ୍ ଦେଉ ଜଅନ୍କେ ଦାରି, ବାନ୍ଦିକରି ବନ୍ଦି କର୍ବାକେ ଆଦେସ୍ ଦେଲା । 18 କାଇକେବଇଲେ ଜଅନ୍ ଏରଦ୍କେ ତର୍କେତର୍ କଇତେରଇଲା "ମସାର୍ ନିୟମ୍ ଇସାବେ ନିଜର୍ ବାଇର୍ ମାଇଜିକେ ସଙ୍ଗଇବାର୍ ତର୍ ବିଦି ନାଇ ।"