17 ସେ ମାନ୍ଦା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ ଡାକି କଇଲା, "ଏ ଗୁରୁ, ମୁଇ ମର୍ ପିଲାକେ ନିକ କର୍ବାକେ ତମର୍ ଟାନେ ଆନିରଇଲି । ତାର୍ ବିତ୍ରେ ଗଟେକ୍ କାରାପ୍ ଆତ୍ମା ପୁରିକରି ତାକେ କାତା ଅଇବାକେ ଦେଏ ନାଇ । 18 ସେ କରାପ୍ ଆତ୍ମା ପିଲାକେ ଦାର୍ଲାବେଲେ, ତାକେ ମଡିକରି ଅଦ୍ରାଇଦେଲାନି ଆରି ତାର୍ ଟଣ୍ଡେଅନି ପେପୁଲ୍ ବାରଇଲାନି ଆରି ସେ ଦାତ୍ କାତର୍ସି । ଆରି ତାର୍ ଗାଗଡ୍ ସିଦା ଅଇଜାଇସି । ମୁଇ ତାର୍ତେଇ ଅନି କାରାପ୍ ଆତ୍ମାକେ ବାର୍କରାଇ କେଦିଦେବାଇ ବଲି ତମର୍ ସିସ୍ମନର୍ ଲଗେ ଆନିରଇଲି । ମାତର୍ ତମର୍ ସିସ୍ମନ୍ ନାପାର୍ଲାଇ ।"
19 ଜିସୁ ସେମନ୍କେ କଇଲା, "ଏ ପର୍ମେସର୍କେ ବିସ୍ବାସ୍ ନ ରଇବା ଆଜିକାଲିର୍ ଲକ୍ମନ୍, ତମେ ବିସ୍ବାସ୍ କର୍ବାକେ ଆରି କେତେ ଦିନ୍ ମୁଇ ତମର୍ ସଙ୍ଗ୍ ରଇବାର୍ ଆଚେ ? ଆରି କେତେଦିନ୍ ମୁଇ ସାଆସ୍ ଦାରି ତମର୍ ସଙ୍ଗ୍ ରଇବାର୍ ଆଚେ ? ସେ ପିଲାକେ ମର୍ଲଗେ ଆନା ।" 20 ଆରି ଲକ୍ମନ୍ ସେ ପିଲାକେ ଜିସୁର୍ଲଗେ ଆନ୍ଲାଇ । ସେ କରାପ୍ ଆତ୍ମା ଜିସୁକେ ଦେକ୍ଲା ଦାପ୍ରେ ପିଲାକେ ତଲେ ମଡିକରି ଅଦ୍ରାଇଲା । ଆରି ଗୁଣ୍ଡ୍ଲି ଗୁଣ୍ଡ୍ଲି କରି ତାର୍ ଟଣ୍ଡେଅନି ପେପୁଲ୍ ବାରଇ ଜାଇତେରଇଲା ।
21 ଜିସୁ ସେ ପିଲାର୍ ବାବାକେ ପାଚାର୍ଲା, "ଏ ପିଲା ଏନ୍ତି ଅଇ କେତେଦିନ୍ ଅଇଲା ?" ପିଲାର୍ ବାବା କଇଲା, " ସାନ୍ବେଲେଅନି " ବଲି । 22 ଆରି ସେ କଇଲା, "ସେ କାରାପ୍ ଆତ୍ମା ପିଲାକେ ମରାଇବାକେ ବେସିତର୍ ପାନିଟାନେ ଆରି ଜଇଟାନେ ମଡିକରି ଅଦ୍ରାଇ ଆଚେ । ମାତର୍ ତୁଇ ଜଦି କାଇଟା କର୍ବାକେ ପାରୁସ୍ ବଇଲେ ଆମର୍ ପାଇ ଦୟାକରି ସାଇଜ କର୍ ।"
23 ଜିସୁ ତାକେ କଇଲା, "କାଇକେ ଜଦି ପାରୁସ୍ ବଇଲେ ନିମାନ୍ କର୍ ବଲିକରି କଇଲୁସ୍ନି ? କାଇକେବଇଲେ ପର୍ମେସର୍କେ ବିସ୍ବାସ୍ କର୍ବା ଲକ୍ମନର୍ ତେଇ ସବୁ ଅଇସି ।"
24 ସେ ଦାପ୍ରେ ପିଲାର୍ ବାବା ଆଉଲିଅଇକରି, "ମୁଇ ବିସ୍ବାସ୍ କଲିନି, ଆରି ଅଦିକ୍ ବିସ୍ବାସ୍ କର୍ବାକେ ମକେ ସାଇଜ କର୍ ।" ବଲିକରି କଇଲା ।
25 ଏ ଗଟ୍ନାର୍ କାମ୍ ଦେକ୍ବାକେ ଲକ୍ମନ୍ ଏକାତରେ ପାଲାଇଆଇବାଟା ଜିସୁ ଦେକିକରି ସେ କାରାପ୍ ଆତ୍ମାକେ ଦମ୍କାଇକରି କଇଲା, "ଏ କରାପ୍ ଆତ୍ମା, ତୁଇ ଏ ପିଲାକେ ଗୁଲା ଆରି ବଇରା କରାଇଆଚୁସ୍ । ଏ ପିଲାର୍ ଗାଗ୍ଡେଅନି ବାରଇ ଉଟିଜା ଆରି କେବେ ମିସା ତାର୍ ଗାଗ୍ଡେ ନ ପୁର୍, ବଲି ମୁଇ ତକେ ଆଦେସ୍ ଦେଲିନି ।"
26 ଆରି କାରାପ୍ ଆତ୍ମା ବେସି ଆଉଲିଅଇକରି ପିଲାକେ ମଡିକରି ଅଦ୍ରାଇ, ତାର୍ଟାନେଅନି ବାରଇଗାଲା । ଆରି ପିଲା ମରିଗାଲା ଲକର୍ ପାରା ଡିସ୍ଲା, ଏନ୍ତିକି କେତେକ୍ ଲକ୍ମନ୍ "ସେ ମରିଗାଲା ।" ବଲିକରି କଇଲାଇ । 27 ମାତର୍ ଜିସୁ ସେ ପିଲାକେ ଆତେଦାରି ଉଟାଇକରି ତାକେ ଟିଆ କରାଇଲାକେ ସେ ଟିଆଅଇଲା ।