20 ଜନ୍ ଗଡ୍ମନ୍କେ ଜିସୁ ତାର୍ ବେସି କାବାଅଇଜିବା କାମ୍ମନ୍ କରିରଇଲା, ସେ ଗଡର୍ ଲକ୍ମନ୍ ନିଜେ କରିରଇବା ପାପ୍ଲାଗି ମନ୍ ନ ବାଦ୍ଲାଇଲାଟା ଦେକି, ଜିସୁ ସେ ଗଡର୍ ଲକ୍ମନ୍କେ ନିନ୍ଦା କରି କଇଲା, 21 "ଏ କରାଜିନର୍ ଲକ୍ମନ୍, ତମେ କେଡେ ଇନସ୍ତା ଅଇ ଡଣ୍ଡ୍ ପାଇସା ! ଏ ବେତ୍ସାଇଦାର୍ ଲକ୍ମନ୍, ତମର୍ ଦସା ମିସା ସେନ୍ତିସେ । ତମର୍ ବିତରେ ଜନ୍ କାବାଅଇଜିବା କାମ୍ମନ୍ କରାଅଇଲାଆଚେ, ସେଟା ସବୁ ଜଦି ମୁଇ ସର ଆରି ସିଦନ୍ ଗଡେ କରି ରଇଲେ, ସେ ଗଡର୍ ଲକ୍ମନ୍ ପାପେଅନି ବାଅଡ୍ଲୁ ବଲି ଦେକାଇବାକେ ଗାଗ୍ଡେ ଚାର୍ ଡାଲିଅଇ, ବାସ୍ତା ପିନ୍ଦିକରି ମନ୍ ବାଦ୍ଲାଇତାଇ ।"
22 "ମୁଇ ତମ୍କେ ସତ୍ କଇଲିନି, ପର୍ମେସରର୍ ବିଚାରର୍ ଦିନେ ତମର୍ତେଇଅନି ସର୍ ଆରି ସିଦନ୍ ଗଡର୍ ଲକ୍ମନ୍କେ ସେ ଅଦିକ୍ ଦୟା ଦେକାଇସି ।" 23 ଏ କପର୍ନାଉମର୍ ଲକ୍ମନ୍ ! ତମେ କାଇ ନିଜେ ସର୍ଗେ ଜିବାକେ ଚେସ୍ଟା କଲାସ୍ନି ? ତମେ ନର୍କେ ପିଙ୍ଗା ଅଇସି । ତମର୍ ବିତ୍ରେ ମୁଇ ଜନ୍ କାବାଅଇଜିବା କାମ୍ମନ୍ କରିରଇଲି, ସେଟା ଜଦି ସଦମ୍ ଗଡେ କରି ରଇଲେ, ସେ ଗଡ୍ ଆଜିକେ ଜାକ ରଇତା ।
24 "ମୁଇ ତମ୍କେ ସତ୍ କାତା କଇଲିନି, ପର୍ମେସରର୍ ବିଚାର୍ନା ଦିନେ ତମର୍ତେଇଅନି ସଦମର୍ ଲକ୍ମନ୍କେ ସେ ଅଦିକ୍ ଦୟା ଦେକାଇସି ।"