24 ଜିସୁ ତାର୍ ସିସ୍ମନ୍କେ ଆରି ଗଟେକ୍ ବିସଇ କାତାନି ଇସାବେ କଇଲା, ସରଗ୍ ରାଇଜ୍ ଏନ୍ତାରି ଗଟେକ୍ ଲକର୍ ପାରା । ସେ ଲକ୍ ତାର୍ ଜମିଟାନେ ନିକ ବିଅନ୍ ବୁନ୍ଲା । 25 ସେ ଦିନେକ୍, ରାତିଆ ସଇଲା ବେଲେ, ତାର୍ ଗଟେକ୍ ବିରଦ୍ ଲକ୍ ଆସି ସେ ଜମିଟାନେ ଗାଁସ୍ ମୁଞ୍ଜି ବୁନି ଦେଇ, ଉଟିଗାଲା । 26 ଜେଡେବେଲେ ଗଚ୍ ବଡି କେଡ୍ ଦାର୍ଲା, ମଜାଇମଜାଇ ଜୁଡ୍ ଗାଁସ୍ ଡିସ୍ଲା । 27 ସେ ଲକର୍ ଦାଙ୍ଗ୍ଡାମନ୍ ଆସି କଇଲାଇ, " ଏ ସାଉକାର୍ ତମେ ଜମିଟାନେ ନିକ ବିଅନ୍ ବୁନିରଇଲାସ୍, ଏତେକ୍ମାଣ୍ଡ୍ ଜୁଡ୍ ଗାଁସ୍ କନ୍ତିଅନି ଆଇଲା ?" 28 ଜମି ସାଉକାର୍ କଇଲା, ମର୍ ବିରଦି ଲକ୍ ଗଟେକ୍ ଏନ୍ତି କଲାଆଚେ । ସେମନ୍ ପାଚାର୍ଲାଇ, "ତେବେ ଆମେ ଜାଇ ସେ ଜୁଡ୍ ଗାଁସ୍ମନ୍କେ ଜିକି ପିଙ୍ଗିଦେବୁ କି ?" 29 ସାଉକାର୍ କଇଲା, "ନାଇ, ଜୁଡ୍ ଗାଁସ୍ ଜିକ୍ବାବେଲେ କେଡେବଲ୍ ଦାନ୍ବୁଟା ମିସା ଜିକିଅଇଜାଇସି । 30 କାଟ୍ବା ଜାକ ଦାନ୍ ଆରି ଜୁଡ୍ ଗାଁସ୍ ମିସ୍ତେ ବଡ । କାଟ୍ବା ଲକ୍ମନ୍କେ କଉଁ ସେମନ୍ ପର୍ତୁମ୍ ଜୁଡ୍ ଗାଁସ୍ କାଟି ବାରା ବାନ୍ଦି ପଡାଇ ଦେଅତ୍ । ତାର୍ ପଚେ ଦାନ୍ କାଟି ମାଣ୍ଡାଇ କଲ୍କିଟାନେ ସଙ୍ଗଉ ।"
Publicidade