36 ଜିସୁ ଲକ୍ ଗଅଲି ବିତ୍ରେଅନି ବାରଇ ଆସି ଜେଡେବେଲେ ଗର୍ ବିତ୍ରେ ପୁର୍ଲା, ସେଡ୍କି ବେଲେ ତାର୍ ସିସ୍ମନ୍ ଆସି ପାଚାର୍ଲାଇ, "ଆମ୍କେ ଜୁଡ୍ ଗାଁସର୍ ଅରତ୍ ବୁଜାଇ ଦିଆ ।"
37 ଜିସୁ କଇଲା, "ଜନ୍ ଲକ୍ ନିକ ବିଅନ୍ ବୁନ୍ଲା, ସେ ନର୍ପିଲା ମୁଇ । 38 ଏ ଦୁନିଆ ଅଇଲାନି ଜମି । ଜେମନ୍ ସରଗ୍ ରାଇଜର୍ ଲକ୍, ସେମନ୍ ନିକ ବିଅନ୍ । ଜୁଡ୍ ଗାଁସ୍ ଅଇଲାନି ସଇତାନର୍ ବାଟେ ଜିବା ଲକ୍ । 39 ଜନ୍ ବିରଦି ଲକ୍ ଜୁଡ୍ ଗାଁସ୍ ମୁଞ୍ଜି ବୁନ୍ଲା, ସେ ସଇତାନ୍ । କାଟାବେଟାର୍ ବେଲା ଅଇଲାନି ଜୁଗ୍ ସାର୍ବା ଦିନ୍ । ତାସ୍ କାଟ୍ବା ଲକ୍ମନ୍ ଅଇଲାଇନି ସରଗର୍ ଦୁତ୍ମନ୍ । 40 ଜୁଡ୍ ଗାଁସ୍ମନ୍ ଜେନ୍ତି ଟୁଲିଆଇକରି ପଡାଇଲାଇ, ଜୁଗର୍ ସାରାସାରି ବେଲେ ସେନ୍ତାରି ଅଇସି । 41 ନର୍ପିଲା ମୁଇ ମର୍ ରାଇଜେଅନି ସବୁ ପାପ୍ କାମ୍ କଲା ଲକ୍ମନ୍କେ ଆରି ଜେଜେମନ୍ ବିନ୍ ଲକ୍ମନ୍କେ ପାପ୍ କର୍ବାକେ ଉସ୍କାଇଲାଇନି, ସେମନ୍କେ ଟୁଲିଆଇବାକେ ସରଗର୍ ଦୁତ୍ମନ୍କେ ପାଟାଇବି । 42 ସେମନ୍ ଏ ସବୁ ଲକ୍ମନ୍କେ ଲାଗି ରଇବା ଜଇଟାନେ ପିଙ୍ଗ୍ବାଇ । ତେଇ ସେମନ୍ କିଲ୍ବିଲ୍ ଅଇ କାନ୍ଦ୍ବାଇ ଆରି ଦାତ୍ କାତ୍ରିଅଇବାଇ । 43 ସେବେଲେ ପର୍ମେସର୍କେ ମାନ୍ବା ଲକ୍ମନ୍ ତାକର୍ ସରଗର୍ ବାବାର୍ ରାଇଜେ ବେଲ୍ପାରା ଜକ୍ମକିଜିବାଇ । ସୁନ୍ଲା ପାରା କାନ୍ ରଇଲେ ସୁନା ।"