29 ଜିସୁ କଇଲା, "ଇଣ୍ଡି ଇଣ୍ଡି ଆଉ ।" ପିତର୍ ଡଙ୍ଗାଇଅନି ବାରଇ, ପାନି ଉପ୍ରେ ଇଣ୍ଡି ଇଣ୍ଡି ଜିସୁର୍ ବାଟେ ଆଇବାର୍ ଦାର୍ଲା । 30 ମାତର୍ ପବନ୍ ଜବର୍ ଆଇବାଟା ଦେକିକରି ଡରିଗାଲା ଆରି ପାନିଟାନେ ବୁଡିଜିବାର୍ ଦାର୍ଲା । ତେବେ ଆକ୍ମାରି କରି ଡାକ୍ଲା ଏ ମାପ୍ରୁ ମକେ ରକିଆ କର୍ !
31 ଜିସୁ ସେ ଦାପ୍ରେ, ଆତ୍ ଲାମାଇକରି ତାକେ ଦାରିକରି କଇଲା, "ଏ ଅଲପ୍ ବିସ୍ବାସ୍ କରୁ, କାଇକେ ଦୁଇମନିଆ ଅଇଲୁସ୍ନି ?"