ଗଟେକ୍ ମାଇଜିର୍ ବିସ୍ବାସ୍
21 ଜିସୁ ସେ ଜାଗା ଚାଡିକରି ସର ଆରି ସିଦନର୍ ସଅରେ ଗାଲା । 22 ଆରି ଦେକା, ତେଇ ବାସାକରି ରଇଲା ଗଟେକ୍ କିଣାନିୟ ମାଇଜି ଜିସୁର୍ ଲଗେ ଆସି କଇଲା, "ଏ ଦାଉଦ୍ କୁଟୁମର୍ ମାପ୍ରୁ, ମକେ ଦୟାକରା । ମର୍ ଟକିକେ ଡୁମା ଦାର୍ଲା ଆଚେ ଆରି ସେ ବଡେ କସ୍ଟ ପାଇଲାନି ।"
23 ମାତର୍ ଜିସୁ ତାକେ ପଦେକ୍ କାତା ମିସା କଏ ନାଇ । ସିସ୍ମନ୍ ତାର୍ ଲଗେ ଆସି ବାବୁଜିଆ କଲାଇ, "ତାକେ ବିଗି ପାଟାଇ ଦିଆସ୍ । ଦେକା ସେ କେନ୍ତି ଆଉଲିଅଇ ଆମ୍କେ କେଦିଆନ୍ଲାନି ?"
24 ଜିସୁ କଇଲା, "ଆଜିରଇବା ମେଣ୍ଡାପାରା ବାଟ୍ ବାନା ଅଇଲା ଇସ୍ରାଏଲ୍ ଲକ୍ମନର୍ ଲଗେସେ ମୁଇ ଆଇଲି ଆଚି ।"
25 ସେ ମାଇଜି ଆସି ଜିସୁର୍ ଗଡ୍ତଲେ ମାଣ୍ଡିକୁଟା ଦେଇ ଜୁଆର୍ କରି କଇଲା, "ମାପ୍ରୁ ମକେ ଦୟା କରା ।"
26 ଜିସୁ କଇଲା, "ପିଲାମନର୍ କାଦି ନେଇ କୁକୁରର୍ ମୁଆଟେ ପିଙ୍ଗ୍ବାଟା ଟିକ୍ ନାଇ ।"
27 ସେ ମାଇଜି କଇଲା, ଏଟା ସତ୍ କାତା ମାପ୍ରୁ, ମାତର୍ କୁକୁର୍ମନ୍ ମିସା ସାଉକାରର୍ ଅଦର୍ଲା ସକ୍ଡି କାଇବାକେ ପାଇବାଇ ।
28 ଜିସୁ ତାକେ କଇଲା, "ତମେ ଗଟେକ୍ ଡାଟ୍ସଙ୍ଗ୍ ବିସ୍ବାସ୍ କର୍ବା ମାଇଜି । ତୁଇ ମନ୍କଲାଟା ପୁରୁନ୍ ଅଇସି ।" ସେଦାପ୍ରେ ତାର୍ ଟକି ନିମାନ୍ ଅଇଲା ।