3 ଜିସୁ କଇଲା, "ତମେ କାଇକେ ପର୍ମେସରର୍ ଆଦେସ୍ ନ ମାନି ନିଜର୍ ରିତିନିତି ଇସାବେ କାମ୍ କଲାସ୍ନି ?" 4 ପର୍ମେସର୍ ଆଦେସ୍ ଦେଲାଆଚେ, ମା ବାବାକେ ଆଲାଦ୍କରା । ଆରି କେ ମିସା ନିଜର୍ ବାବା ମାକେ ସାଇପ୍ ଦେଇକରି କାଇବଲି କଇସି ବଇଲେ, ସେ ମରନର୍ ଡଣ୍ଡ୍ ପାଇସି । 5 ମାତର୍ ତମେ ସିକିଆ ଦେଲାସ୍ନି ଜେ, ଗଟେକ୍ ଲକ୍ ଜନ୍ ଦନ୍ ସଙ୍ଗ୍ ବାବା ମାକେ ସାଇଜ କରିପାର୍ତା, ସେଟା ପର୍ମେସର୍କେ ଦାନ୍ କଲିଆଚି ବଲି କଇଲେ, 6 "ସେ ଆରି ତାର୍ ବାବା ମାଆର୍ ଦାଇତ୍ ନେବାର୍ ଲଡାନାଇ । ଏନ୍ତାରି ତମେ ପର୍ମେସରର୍ ଆଦେସ୍ ନ ମାନିକରି ନିଜର୍ ରିତିନିତି ଇସାବେ ଚାଲ୍ଲାସ୍ନି । 7 ଏରେ ଦରମ୍ ଲକ୍ ବଲାଇଅଇବା କୁଟିଆଲ୍ମନ୍, ତମର୍ ବିସଇ ନେଇ ଜିସାଇୟ ବବିସତ୍ବକ୍ତା କଇରଇବାଟା ଟିକ୍ ଆକା ।"
8 ପର୍ମେସର୍ କଇଲାନି,
ଏ ଲକ୍ମନ୍ କାତାଇସେ ମକେ ସନ୍ମାନ୍ ଦେଲାଇନି,
ମାତର୍ ସେମନର୍ ମନ୍ ମର୍ତେଇଅନି ବେସି ଦୁରିକେ ।
9 ସେମନ୍ ମକେ ଡାକ୍ବାଟାନେ କାଇ ଅରତ୍ ନାଇ,
କାଇକେ ବଇଲେ ସେମନ୍ ଲକ୍ମନ୍ ତିଆର୍କରି ରଇବା ରିତିନିତି ମର୍ ଆଦେସ୍ ବଲି ସିକାଇଲାଇନି ।