1 ୧୬:୧ ମାତିଉ ୧୨:୩୮; ଲୁକ୍ ୧୧:୧୬ ଦିନେକ୍ କେତେଟା ପାରୁସିମନ୍ ଆରି ସାଦୁକିମନ୍ ଜିସୁର୍ ଦସ୍ ଦାର୍ବାକେ ତାର୍ ଲଗେ ଆଇଲାଇ । ସେମନ୍ ତାକେ କଇଲାଇ, "ପର୍ମେସର୍ ତକେ ବାଚ୍ଲା ଆଚେ ବଲି ଆମେ ଜାନ୍ବାକେ, ତୁଇ ଗଟେକ୍ ସରଗର୍ କାବାଅଇଜିବା ଚିନ୍ ଦେକା ।" 2 ଜିସୁ କଇଲା, "ତମେ ସଞ୍ଜ୍ ବେଲାଇ ବାଦଲ୍ ରଙ୍ଗ୍ ଡିସ୍ଲେ ପାଗ୍ ବଲ୍ ଅଇସି ବଲି କଇସା, 3 ଆରି ସାକାଲ୍ ବେଲାଇ ରଙ୍ଗ୍ ଆରି ଆନ୍ଦାର୍ ଡିସ୍ଲେ ପାନି ମାର୍ସି ବଲି ଜାନାସ୍ । ବାଦଲ୍ ଦେକି ପାଗର୍ କାତା ଆଗ୍ତୁ ଜାନ୍ସା । ମାତର୍ ଆଜିକାଲିର୍ ଡିସ୍ବା ଚିନ୍ ତମେ ବୁଜିନାପାରାସ୍ । 4 ୧୬:୪ ମାତିଉ ୧୨:୩୯; ଲୁକ୍ ୧୧:୨୯ଏ ଜୁଗର୍ ଲକ୍ମନ୍ କେଡେ କାରାପ୍ ଆରି ପରମେସର୍କେ ବିସ୍ବାସ୍ ନ କରୁମନ୍ ! ତମେ ଗଟେକ୍ କାବାଅଇଜିବା କାମ୍ ଦେକ୍ବାକେ କଇଲାସ୍ନି ? ମାତର୍ ନାଇ, ଜୁନସର୍ ଜିବନେ ଗଟ୍ଲାଟା ଚାଡି ଆରି ଗଟେକ୍ ମିସା କାବାଅଇଜିବା କାମ୍, ତମେ ମର୍ତେଇ ଦେକିନାପାରାସ୍ ।" ଏଟା କଇ ଜିସୁ ସେମନ୍କେ ଚାଡି ଉଟିଗାଲା ।
5 ସିସ୍ମନ୍ ଗାଡ୍ ସେପାଟେ ଜିବାବେଲେ ରୁଟି ନେବାକେ ପାସ୍ରି ଜାଇରଇଲାଇ । 6 ୧୬:୬ ଲୁକ୍ ୧୨:୧ଜିସୁ ସେମନ୍କେ କଇଲା, "ଜାଗ୍ରତ୍, ପାରୁସି ଆରି ସାଦୁକିମନର୍ କମିର୍ତେଇଅନି ତରିକ୍ନା ଅଇ ରୁଆ ।" 7 ସେମନ୍ ନିଜର୍ ନିଜର୍ ବିତ୍ରେ କୁଆ ବଲା ଅଇଲାଇ, "ଆମେ ରୁଟି ଆନି ନ ରଇଲାର୍ ପାଇ ସେ ଏନ୍ତାରି କଇଲାନି ।"
8 ସେମନ୍ କାଇଟା କଇତେ ରଇଲାଇ ସେଟା ଜାନି ଜିସୁ ସେମନ୍କେ କଇଲା, "ତମର୍ ଲଗେ ରୁଟି ନାଇ ବଲି କାଇକେ କୁଆବଲା ଅଇଲାସ୍ନି ? ତମର୍ ବିସ୍ବାସ୍ କେତେ ଦୁର୍ବଲ୍ । 9 ୧୬:୯ ମାତିଉ ୧୪:୧୭-୨୧ଏବେ ଜାକ ତମେ ବୁଜାସ୍ ନାଇ କି ? ପାଁଚ୍ ଅଜାର୍ ଲକ୍ମନର୍ ବିତ୍ରେ ମୁଇ ପାଁଚ୍ଟା ରୁଟି ବାଟାକରି ରଇବା କାତା ତମେ କାଇ ପାସ୍ରି ଗାଲାସ୍ କି ? ସେଡ୍କିବେଲେ ତମେ କେତେଟା ଡାଲାଇ ବର୍ତି କରି ରଇଲାସ୍ ? 10 ୧୬:୧୦ ମାତିଉ ୧୫:୩୪-୩୮ଆରି ଚାରି ଅଜାର୍ ଲକ୍କେ ସାତ୍ଟା ରୁଟିର୍ କାତା ମନେ ନାଇ କି ? ସେଡ୍କିବେଲେ କେତେ ଡାଲା ବର୍ତି କରି ରଇଲାସ୍ ?
11 "ମୁଇ ରୁଟିର୍ ବିସଇ ନ କଇତେ ରଇଲି, ତମେ କେନ୍ତି ବୁଜାସ୍ ନାଇ ? ମୁଇ କଇଲିନି, ପାରୁସି ଆରି ସାଦୁକିମନର୍ କମିର୍ ପାରା ସିକିଆ ତେଇଅନି ତରିକ୍ନା ଅଇ ରୁଆ ବଲି ।" 12 ସେଡ୍କିବେଲେ ସିସ୍ମନ୍ ବୁଜି ପାର୍ଲାଇ ଜେ, ଜିସୁ ରୁଟିର୍ କମିରର୍ କାତା ନ କଇତେ ରଇଲା, ମାତର୍ ପାରୁସି ଆରି ସାଦୁକିମନର୍ ସିକିଆ ତେଇ ତରିକ୍ନା ଅଇ ରୁଆ ବଲି କଇରଇଲା ।
13 ଜିସୁ କାଇସେରିଆ ପିଲିପି ଗଡ୍ ପାକାପାକି ଜାଗାଇ ଗାଲା ପଚେ ସିସ୍ମନ୍କେ ପାଚାର୍ଲା, "ନର୍ପିଲା କେ ବଲି ଲକ୍ମନ୍ କାଇଟା କଇଲାଇନି ?"
14 ୧୬:୧୪ ମାତିଉ ୧୪:୧,୨; ମାର୍କ ୬:୧୪,୧୫; ଲୁକ୍ ୯:୭,୮ ସେମନ୍ କଇଲାଇ, "କେତେ ଲକ୍ କଇଲାଇନି, ସେ ଡୁବନ୍ ଦେଉ ଜଅନ୍ । ଆରି କେତେ ଲକ୍ ‘ସେ ଏଲିୟ’, ବିନ୍ ଲକ୍ମନ୍ କଇଲାଇନି, ‘ସେ ଜିରିମିୟ ନଇଲେ ବବିସତ୍ବକ୍ତାମନର୍ତେଇଅନି ଗଟେକ୍ ଲକ୍ ।’"
15 ଜିସୁ ପାଚାର୍ଲା, "ମୁଇ କେ ବଲି ତମେ କାଇଟା ବଇଲାସ୍ନି ?"
16 ୧୬:୧୬ ଜଅନ୍ ୬:୬୮,୬୯ ସିମନ୍ ପିତର୍ କଇଲା, "ତମେ କିରିସ୍ଟ, ମସିଅ, ଜିବନ୍ ରଇବା ପରମେସରର୍ ପିଲା ।"
17 ଜିସୁ କଇଲା, "ନିମାନ୍, ଜୁନସର୍ ପିଲା, ପିତର୍ ! ଏଟା ସତ୍, ତୁଇ ମୁନୁସର୍ଟାନେ ଅନି କଉସ୍ ନାଇ । ମର୍ ସରଗର୍ ବାବା ତକେ ଜାନାଇଲାକେ ତୁଇ କଇଲୁସ୍ । 18 ସେଟାର୍ପାଇଁ ମୁଇ ତକେ କଇଲିନି, ତୁଇ ପିତର୍, ଜାର୍ ଅରତ୍ କି ପାକ୍ନା । ଏ ପାକ୍ନା ଉପ୍ରେ ମୁଇ ମର୍ ମଣ୍ଡଲି ତିଆର୍ କର୍ବି । ଜେନ୍ତିକି ମରନ୍ ପାରା ବପୁ ମିସା ତାକେ କାଇ କରିନାପାରେ ।
19 ୧୬:୧୯ ମାତିଉ ୧୮:୧୮; ଜଅନ୍ ୨୦:୨୩ "ମୁଇ ତକେ ସରଗ୍ ରାଇଜର୍ କୁଚିକାଡି ଦେବି । ତୁଇ ଜାଇଟା ଜଗତେ ନାଇ ବଲ୍ସୁ, ସେଟା ସରଗେ ମିସା ନାଇ ଅଇସି । ତୁଇ ଜଗତେ ଜାଇଟା କରା ବଲି କଇସୁ ସେଟା ସର୍ଗେ ମିସା କରାଅଇସି ।" 20 ସେ ମସିଅ ବଲି କାକେ ନ କଇବାକେ, ସିସ୍ମନ୍କେ ଡାଟ୍କଲା ।
21 ସେବେଲେଅନି ଜିସୁ ସିସ୍ମନ୍କେ ବୁଜ୍ଲାପାରା କଇବାର୍ ଦାର୍ଲା, "ମୁଇ ଜିରୁସାଲାମ୍ ଜାଇ ଦରମ୍ଗୁରୁମନ୍, ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନର୍ଟାନେ ବେସି କସ୍ଟ ପାଇବି । ସାରାସାରି ମକେ ମରାଇବାଇ, ମାତର୍ ତିନ୍ ଦିନ୍ ଗାଲାପଚେ ମୁଇ ଆରି ତରେକ୍ ଜିବନ୍ ଅଇ ଉଟ୍ବି ।" 22 ପିତର୍ ଜିସୁକେ ଅଁତ୍ରେ ଡାକିନେଇ ସେନ୍ତି ନ ଅ ବଲି ଦମ୍କାଇଲା । "ପର୍ମେସର୍ ତମ୍କେ କାଇଟା ନ କର, ମାପ୍ରୁ, ତମ୍କେ ଏ ସବୁ କେବେ ମିସା ନଅ ।" 23 ଜିସୁ ପାସ୍ଲି କରି କଇଲା, "ମର୍ ମୁଆଟେଅନି ଦୁରିକେ ଜା ସଇତାନ୍ । ତୁଇ ମର୍ ବାଟ୍ ଚୁଟିଦେଲୁସ୍ନି । ମକେ ନିଚୁ ବଲି କଅ ନାଇ । କାଇକେ ବଇଲେ ତମର୍ ଚିନ୍ତା ମୁନୁସ୍ମନର୍ତେଇଅନି, ପର୍ମେସରର୍ତେଇ ଅନି ନାଇ ।"
24 ୧୬:୨୪ ମାତିଉ ୧୦:୩୮; ଲୁକ୍ ୧୪:୨୭ ତାର୍ପଚେ ଜିସୁ ସିସ୍ମନ୍କେ କଇଲା, "କେ ମିସା ମର୍ ସଙ୍ଗ୍ ଆଇବାକେ ମନ୍ କଲେ, ନିଜର୍ ମନ୍ କଲାଟା ସବୁ ଚାଡିଦେଇ, ନିଜର୍ କୁର୍ସ ବଇବାକେ ଅଇସି, ଆରି ମର୍ ପଚେ ପଚେ ଇଣ୍ଡ୍ବାକେ ଅଇସି । 25 ୧୬:୨୫ ମାତିଉ ୧୦:୩୯; ଲୁକ୍ ୧୭:୩୩; ଜଅନ୍ ୧୨:୨୫କାଇକେ ବଇଲେ କେ ମିସା ନିଜର୍ ଜିବନ୍ ରକିଆ କର୍ବାକେ ମନ୍ କର୍ସି ବଇଲେ, ସେଟା ସେ ଆରାଇସି, ମାତର୍ ଜେ ମର୍ ଲାଗି ଜିବନ୍ ଦେଇସି, ସେ ସତଇସେ ସେଟା ରକିଆ କର୍ସି । 26 ଜଦି ଗଟେକ୍ ଲକ୍, ଗୁଲାଇ ଜଗତ୍ ଜିତିକରି ନିଜର୍ ଜିବନ୍ ଆରାଇଦେଇସି ବଇଲେ ସେଟା କାଇ ଲାବ୍ ? ଜିବନ୍ ବାଉଡାଇ ପାଇବାକେ ଆଲେ ସେ କାଇଟା ମିସା ଦେଇ ନାପାରେ । 27 ୧୬:୨୭ ମାତିଉ ୨୫:୩୧; ରମିୟ ୨:୬ନର୍ପିଲା ମୁଇ ବାବା ପର୍ମେସରର୍ ଡାକ୍ପୁଟା ପାଇ ସରଗ୍ ଦୁତ୍ମନର୍ ସଙ୍ଗ୍ ଆରି ତରେକ୍ ଆଇବି । ସେଡ୍କି ବେଲେ ମୁଇ ସବୁ ଲକର୍ କରିରଇବା କାମ୍ ଦେକି ପୁରୁସ୍କାର୍ ଦେବି । 28 ମୁଇ ତମ୍କେ ସତ୍ କଇଲିନି, ନର୍ପିଲା ମୁଇ ମର୍ ରାଇଜେ ରାଜା ଅଇ ଆଇବା ଜାକ, ଇତି ରଇଲା କେତେ ଲକ୍ ନ ମରତ୍ ।"