ଜିସୁ ନିଜର୍ ଦୁକ୍ ଡଣ୍ଡ୍ ବିସଇ ଜାନାଇଲା
21 ସେବେଲେଅନି ଜିସୁ ସିସ୍ମନ୍କେ ବୁଜ୍ଲାପାରା କଇବାର୍ ଦାର୍ଲା, "ମୁଇ ଜିରୁସାଲାମ୍ ଜାଇ ଦରମ୍ଗୁରୁମନ୍, ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନର୍ଟାନେ ବେସି କସ୍ଟ ପାଇବି । ସାରାସାରି ମକେ ମରାଇବାଇ, ମାତର୍ ତିନ୍ ଦିନ୍ ଗାଲାପଚେ ମୁଇ ଆରି ତରେକ୍ ଜିବନ୍ ଅଇ ଉଟ୍ବି ।"