ଜିସୁ ଡୁମା ଦାର୍ଲା ପିଲାକେ ନିକ କଲା ।
14 ଜିସୁ ଆରି ତାର୍ ସିସ୍ମନ୍ ଲକ୍ ଗଉଲି ବିତ୍ରେ ବାଉଡି ଆଇଲା ପଚେ, ଗଟେକ୍ ଲକ୍ ଜିସୁର୍ ଲଗେ ଆସି ମାଣ୍ଡିକୁଟା ଦେଇ କଇଲା, 15 "ମାପ୍ରୁ, ମର୍ ପିଲାକେ ଦୟା କରା । ମୁର୍ଚା ବେମାର୍ ଲାଗି କସ୍ଟ ପାଇଲାନି । ସେ ବେସି ତର୍ ଜଇତେଇ ଆରି ପାନିତେଇ ଅଦ୍ରି ଦେଲାନି । 16 ତାକେ ମୁଇ ତମର୍ ସିସ୍ମନର୍ ଲଗେ ଆନି ରଇଲି, ମାତର୍ ସେମନ୍ ନିକ କରି ନାପାର୍ଲାଇ ।"
17 ଜିସୁ କଇଲା, "ତମର୍ କେଡେ ଡାଟ୍ ନ ରଇବା ବିସ୍ବାସ୍ ଆରି ବୁଲ୍ ! ତମର୍ ସଙ୍ଗ୍ ଆରି ମୁଇ କେତେ ଦିନ୍ ରଇବି ? ଆରି କେତେ ଦିନ୍ ତମର୍ ଚଲାଚଲ୍ତିଟା ସୁନି ସୁନି ତୁମ୍ପୁଡି ରଇବି ? ସେ ପିଲାକେ ମର୍ ଲଗେ ଆନା ।" 18 ପିଲା ବିତ୍ରେ ରଇଲା କାରାପ୍ ଆତ୍ମାକେ ଜିସୁ ଦମ୍କାଇଲା । କାରାପ୍ ଆତ୍ମା ଚାଡି ଉଟିଗାଲା ଆରି ସେ ଦାପ୍ରେସେ ପିଲା ନିକ ଅଇଗାଲା ।