23 ଜିସୁ ସିସ୍ମନ୍କେ କଇଲା, "ମୁଇ ତମ୍କେ ସତ୍ କଇଲିନି, ସାଉକାର୍ ଲକ୍ମନ୍ ସରଗ୍ ରାଇଜେ ସଲ୍କେ କେଟ୍ବାଟା ବଡେ ଆବଡ୍ । 24 ଆରି ତରେକ୍ କଇଲିନି, ଗଟେକ୍ ବଡ୍ଟା ପସୁ ଜେନ୍ତି ସୁଜି କାଣାବାଟେ ଚିଙ୍ଗ୍ଲି ଜିବାକେ ଆବଡ୍, ସାଉକାର୍ ଲକ୍ ସରଗ୍ ରାଇଜେ କେଟ୍ବାଟା ଅଦିକ୍ ଆବଡ୍ ।" 25 ସିସ୍ମନ୍ ଏ କାତା ସୁନି କାବାଅଇଜାଇ ପାଚାର୍ଲାଇ, "ଏନ୍ତି ବଇଲେ କେ ତେବେ ମୁକ୍ତି ପାଇପାର୍ସି ?"
26 ଜିସୁ ସେମନର୍ ବାଟେ ଦିରେକରି ଦେକି କଇଲା, "ମୁନୁସ୍ମନର୍ଟାନେ ଏଟା ଅଇନାପାରେ, ମାତର୍ ପର୍ମେସରର୍ ଟାନେ ସବୁଟା ଅଇପାର୍ସି ।"