ଜିସୁ ଦୁଇଟା କାଣାମନ୍କେ ଦେକ୍ବା ବପୁ ଦେଲା
29 ଦିନେକ୍ ଜିସୁ ସିସ୍ମନର୍ ସଙ୍ଗ୍ ଜିରିଅ ସଅର୍ ଚାଡିକରି ଜିବାବେଲେ କେତେ କେତେ ଲକ୍ମନ୍ ତାର୍ ପଚେ ପଚେ ଇଣ୍ଡ୍ବାର୍ ଦାର୍ଲାଇ । 30 ଆରି ଏଦେ ଦେକା ! ବାଟ୍ପାଲି ବସି ରଇବା ଦୁଇଟା କାଣା, ଜିସୁ ସେ ବାଟେ ଆଇଲାନି ବଲି ସୁନି, ଆକ୍ମାରି ଡାକ୍ଲାଇ, "ଏ ମାପ୍ରୁ ଦାଉଦର୍ ପଅ ! ଆମ୍କେ ଦୟା କର ।"
31 ଲକ୍ମନ୍ ସେମନ୍କେ ଦମ୍କାଇ କରି ଚୁପ୍ଅଇ ରଇବାକେ କଇଲାଇ । ମାତର୍ ସେମନ୍ ଅଦିକ୍ ଅଦିକ୍ ଆକ୍ମାରି କଇଲାଇ, "ଏ ମାପ୍ରୁ, ଦାଉଦର୍ ପଅ ! ଆମ୍କେ ଦୟା କର ।"
32 ଜିସୁ ତେଇ ଟିଆଅଇ ସେମନ୍କେ ଡାକି ପାଚାର୍ଲା, "ମୁଇ ତମର୍ ପାଇ କାଇଟା କର୍ବି ବଲି ମନ୍ କଲାସ୍ନି ?"
33 ସେମନ୍ କଇଲାଇ, "ମାପ୍ରୁ ଆମ୍କେ ଦେକ୍ବା ବପୁ ଦିଆ ।"
34 ଜିସୁ ସେମନର୍ ପାଇ ଦୟା ଅଇ, ତାକର୍ ଆଁକି ଚିଇଲା । ସେ ଦାପ୍ରେସେ ସେମନ୍ ଦେକିପାର୍ଲାଇ ଆରି ଜିସୁର୍ ପଚେ ପଚେ ଗାଲାଇ ।