ଜିସୁ ମନ୍ଦିରେ ଗାଲା
12 ଜିସୁ ମନ୍ଦିର୍ ବିତ୍ରେ ପୁରିକରି ତେଇ ଗେନା ବିକା କର୍ତେ ରଇବା ସବୁ ଲକ୍ମନ୍କେ ବାର୍କରାଇ ଦେଲା । ଡାବୁ ବାଦ୍ଲାଉମନର୍ ଟେବୁଲ୍ ଆରି ପରୁଆ ବିକୁମନର୍ ବସ୍ବାଟା ପାସ୍ଲାଇ ଦେଲା । 13 ଜିସୁ ସେମନ୍କେ କଇଲା, "ଦରମ୍ ସାସ୍ତରେ ଲେକା ଆଚେ, ମର୍ ମନ୍ଦିର୍ ପାର୍ତନା ଗର୍ ବଲି ନାଉଁ ଅଇସି । ମାତର୍ ତମେ ତାକେ ଚର୍ମନର୍ ଆକାଡା ସାଲ୍ ପାରା କରିଆଚାସ୍ ।"