ମନ୍ଦିର୍ କୁରୁପ୍ନାସ୍ ଅଇବା ବିସଇ ଜାନାଇବାଟା
1 ଜିସୁ ମନ୍ଦିରେଅନି ବାରଇ ଇଣ୍ଡିଜାଇତେ ରଇବାବେଲେ ସିସ୍ମନ୍ ମନ୍ଦିର୍ ପିଣ୍ଡା ଦୁଆରେ ରଇବା ବଡ୍ ବଡ୍ ପାକ୍ନା ବାଟେ ଦେକାଇଲାଇ । 2 ଜିସୁ କଇଲା, "ଏବେ ସିନା ଏ ସବୁ ଦେକ୍ଲାସ୍ନି । ମୁଇ ତମ୍କେ ସତ୍ କଇଲିନି ଏ ମନ୍ଦିରର୍ ଗଟେକ୍ ମିସା ପାକ୍ନା ତାର୍ ଜାଗାଇ ନ ରଏ । ସବୁଜାକ ଅଦ୍ରି ବିଲିଜାଇସି ।"