23 ସେବେଲେ କେ ଜଦି ତମ୍କେ ଇତି କିରିସ୍ଟ ଆଚେ ନଇଲେ ତେଇ ସେ ଆଚେ ବଲି କଇସି, ତାକେ ବିସ୍ବାସ୍ କରା ନାଇ । 24 କାଇକେ ବଇଲେ ମୁଇ ନିଜେ ମସିଅ କି ମୁଇ ନିଜେ ବବିସତ୍ବକ୍ତା ବଲାଇଅଇତେ ରଇବା ଟକାବଣ୍ଡାକରୁମନ୍ ସେବେଲେ ଦେକାଇଅଇବାଇ । ସେମନ୍ କାବା ଅଇଜିବା କାମ୍ମନ୍ ଦେକାଇ ପର୍ମେସର୍ ବାଚି ରଇବା ଲକ୍ମନ୍କେ ମିସା ନାଡାଇବାଇ । 25 ଦେକା, ସେ ବେଲା ନ ଆଇବା, ଆଗ୍ତୁ ମୁଇ ତମ୍କେ ଜାନାଇଦେଲିନି ।
26 ୨୪:୨୬ ଲୁକ୍ ୧୭:୨୩,୨୪ "ଦେକା, ଜଦି ଲକ୍ମନ୍ ସେ ମରୁବାଲି ରଇବା ଜାଗାଇ ଆଚେ ବଲି କଇବାଇ, ତମେ ତେଇ ଜାଆ ନାଇ । କି ସେମନ୍ ଇତି ଦେକିଦେକା ସେ ଲୁଚିଆଚେ ବଲି କଇବାଇ, ସେମନ୍କେ ବିସ୍ବାସ୍ କରା ନାଇ ।