ତିନ୍ଟା ଚାକରର୍ କାତା
14 ୨୫:୧୪ ଲୁକ୍ ୧୯:୧୧-୨୭ "ସରଗ୍ ରାଇଜ୍ ଏନ୍ତାରି, ସେ ବିସଇର୍ ଆରି ଗଟେକ୍ କାତା ସୁନା । ତରେକ୍ ଗଟେକ୍ ଲକ୍ ତାର୍ ଚାକର୍ମନ୍କେ, ତାର୍ ସଁପତି ଚାଡିଦେଇ ବିଦେସେ ଉଟିଗାଲା । 15 ସେମନର୍ ପାର୍ବା ଇସାବେ ସେମନ୍କେ କେତେକ୍ କେତେକ୍ ଡାବୁ ଜିମା ଦେଲା । ଗଟେକ୍ ଲକ୍କେ ପାଁଚ୍ ଅଜାର୍ ରୁପା ଟାଙ୍ଗା ଦେଲା, ଗଟେକ୍ ଲକ୍କେ ଦୁଇ ଅଜାର୍, ଆରି ଗଟେକ୍ଲକ୍କେ ଅଜାର୍ ରୁପା ଟାଙ୍ଗା ଦେଲା । ଆରି ବିଦେସେ ଉଟିଗାଲା । 16 ପାଁଚ୍ ଅଜାର୍ ରୁପାଟାଙ୍ଗା ନେଇରଇଲା ଚାକର୍ ସେ ଡାବୁ ବେବାର୍ କରି ଆରି ପାଁଚ୍ ଅଜାର୍ ଲାବ୍କଲା । 17 ସେନ୍ତାରି ଦୁଇ ଅଜାର୍ଟା ନେଇରଇଲା ଚାକର୍ ମିସା ଆରି ଦୁଇ ଅଜାର୍ ଲାବ୍କଲା । 18 ମାତର୍ ଜନ୍ ଚାକର୍ ଅଜାର୍ଟା ପାଇରଇଲା, ସେ ଗଟେକ୍ କାଲ୍କୁନି ସାଉକାର୍ ଦେଇରଇବା ସେ ରୁପା ଟାଙ୍ଗା ଲୁଚାଇ ସଙ୍ଗଇଲା ।
19 "ବେସିଦିନ୍ ଗାଲା ପଚେ ସାଉକାର୍ ବାଅଡ୍ଲା ଆରି ଚାକର୍ମନର୍ ସଙ୍ଗ୍ ଇସାବ୍କିତାବ୍ କଲା ।" 20 ପାଁଚ୍ ଅଜାର୍ ରୁପାଟାଙ୍ଗା ନେଇରଇଲା ଚାକର୍ ଆସି ଆରି ପାଁଚ୍ ଅଜାର୍ ଦେଇ କଇଲା, "ସାଉକାର୍ ତମେ ମକେ ପାଁଚ୍ ଅଜାର୍ ଦେଇରଇଲାସ୍, ଏଦେ ଦେକା, ମୁଇ ଆରି ପାଁଚ୍ ଅଜାର୍ ଲାବ୍ କଲିଆଚି ।" 21 ସାଉକାର୍ ସାର୍ଦା ଅଇ ତାକେ କଇଲା, " ଟିକ୍ କରିଆଚୁସ୍, ତୁଇ ମର୍ କେଡେକ୍ ନିକ ଆରି ବିସ୍ବାସ୍ ରଇବା ଚାକର୍ ! ତମେ ବିସ୍ବାସ୍ ସଙ୍ଗ୍ ଉନା ଦନ୍ କାର୍ବାର୍ କରି ରଇଲାର୍ ପାଇ ତମ୍କେ ବେସି ଦନ୍ ଚାଡିଦେବି । ଆଉ ମର୍ ସଙ୍ଗ୍ ସାର୍ଦା କର୍ ।"
22 "ଦୁଇ ଅଜାର୍ ରୁପାଟାଙ୍ଗା ନେଇ ରଇଲା ଚାକର୍ ଆସି କଇଲା, ସାଉକାର୍ ତମେ ମକେ ଦୁଇ ଅଜାର୍ ଦେଇ ରଇଲାସ୍, ମୁଇ ଆରି ଦୁଇ ଅଜାର୍ ଲାବ୍ କଲିଆଚି ।" 23 ସାଉକାର୍ କଇଲା, କେଡେକ୍ ନିକ ! ତୁଇ ମିସା ମର୍ ବଡିଆ ଚାକର୍ । ଉନା ଡାବୁ ମିସା ନିକକରି କାମେ ଲାଗାଇଲୁସ୍ । ଏବେ ତର୍ ଜିମାରେ ମୁଇ ବୁତେକ୍ ଦନ୍ ଦେବି । ଆଉ ମର୍ ସଙ୍ଗ୍ ସାର୍ଦା କର୍ । 24 ସାରାସାରି ଅଜାର୍ ରୁପାଟାଙ୍ଗା ପାଇରଇଲା ଚାକର୍ ଆସି କଇଲା, "ଏ ସାଉକାର୍ ମୁଇ ଜାନି, ତମେ ଗଟେକ୍ ବେସି ରିସା ଅଇବା ଲକ୍ । ବୁନି ନ ରଇବା ପଦାଇ କାଟ୍ସା ଆରି ବିଅନ୍ ନ ବୁନିକରି ତାସ୍ ବାରା ବାନ୍ଦ୍ସା । 25 ସେଟାର୍ ପାଇ ମୁଇ ଡରିକରି ତମର୍ ଦନ୍ ମାଟିତେଇ କାଲ୍କୁନି ତପି ରଇଲି । ଏଦେ ଦେକା ! ତମର୍ ସେ ଟାଙ୍ଗା !"
26 ସାଉକାର୍ କଇଲା, "ଅଇରେ କାମ୍କେ ନଇଲା ବାଡୁ ! ତୁଇତା ଜାନିରଇଲୁସ୍, ମୁଇ ଜନ୍ତି ବୁନି ନ ରଇ, ତେଇ ତାସ୍ ଟୁଲିଆଇବି । 27 ତେବେ ମର୍ ଟାଙ୍ଗାନେଇ ବିନ୍ ଲକ୍ମନ୍କେ କଲନ୍ତର୍ ଇସାବେ ଦେଇରଇଲେ ମିସା ତେଇଅନି ମକେ କଲନ୍ତର୍ ମିଲ୍ତା ।" 28 ଏନ୍ତାରି କଇ ସାଉକାର୍ ଆଦେସ୍ ଦେଲା, ଏ ଚାକରର୍ଟାନେ ଅନି ସବୁ ଟାଙ୍ଗା ନେଇ, ଜାର୍ ଆତେ ଦସ୍ଅଜାର୍ ଆଚେ, ତାକେ ଦେଇଦିଆସ୍ । 29 ୨୫:୨୯ ମାତିଉ ୧୩:୧୨; ମାର୍କ ୪:୨୫; ଲୁକ୍ ୮:୧୮କାଇକେ ବଇଲେ ଜାକେ ଆଚେ, ତାକେ ଅଦିକ୍ ଦିଆଅଇସି । ଆରି ସେ ଅଦିକ୍ ଅଦିକ୍ ଲାବ୍ କର୍ସି । ମାତର୍ ଜାକେ ନାଇ ତାର୍ଲଗେ ଜାଇଟା ଆଚେ, ସେଟା ମିସା ତାରତେଇଅନି ଚାଡାଇ ନିଆଅଇସି । 30 ୨୫:୩୦ ମାତିଉ ୮:୧୨;୨୨:୧୩; ଲୁକ୍ ୧୩:୨୮ଏ କାମ୍କେ ନଇଲା ଚାକର୍କେ ବାଇରେ ଦାରିଜା ଆରି ଆନ୍ଦାରେ ପଙ୍ଗିଦିଆସ୍ । ତେଇ ସେ କିଲିବିଲିଅଇ ଦାତ୍ କାତ୍ରି ମାରି ଚପି ଅଇ କାନ୍ଦ୍ସି ।