33 ସେମନ୍ ଗଲ୍ଗତା ନାଉଁର୍ ଗଟେକ୍ ଜାଗାଇ କେଟ୍ଲାଇ । ଗଲ୍ଗତାର୍ ଅରତ୍ ଅଇଲାନି, ମୁଣ୍ଡ୍ଗିଗ୍ଡି ପାରା ରଇବା ଜାଗା । 34 ତେଇ ସେମନ୍ ଜିସୁକେ ପିତା ରଇବା ଅଙ୍ଗୁର୍ ରସ୍ କାଇବାକେ ଦେଲାଇ । ସେଟା ଜିସୁ ଅଲପ୍ ଚାକିକରି ଆରି କାଏନାଇ ।
35 ସେମନ୍ ଜିସୁକେ କୁର୍ସେ ମାରି କରି ସେ ପିନ୍ଦିରଇବା ବସ୍ତର୍ ତାକର୍ ତାକର୍ ବିତ୍ରେ କେଡ୍ପୁଟାଇ ବାଟାକରି ନେଲାଇ ।