44 ମାତର୍ ମୁଇ ତମ୍କେ କଇଲିନି, ସତ୍ରୁମନ୍କେ ଆଲାଦ୍ କରା, ଜନ୍ ଲକ୍ ତମ୍କେ କସ୍ଟ ଦେଲାଇନି, ତାକର୍ପାଇ ପାର୍ତନା କରା । 45 ଏଟା କଲେ ସରଗର୍ ପର୍ମେସରର୍ ପିଲା ବଲି ଚିନାପଡ୍ସା । କାଇକେ ବଇଲେ ପର୍ମେସର ବଲ୍ କାରାପ୍ ଦୁଇ ଲକର୍ ପାଇ ମିସା ବେଲର୍ ଉଜଲ୍ ଦେଲାନି, ଆରି ଦରମ୍ ରଇବା, ଦରମ୍ ନ ରଇବା ସବୁର୍ ଉପ୍ରେ ବର୍ସା ମାରାଇଲାନି ।