ଜିସୁ ବାଉ ପବନ୍କେ ତବିର୍ କଲା
23 ତାର୍ ପଚେ ଜିସୁ ଗଟେକ୍ ଡଙ୍ଗାଇ ଚଗ୍ଲାକେ ତାର୍ ସିସ୍ମନ୍ ମିସା ତାର୍ ସଙ୍ଗ୍ ଗାଲାଇ । 24 ସେ ବେଲା ଅଟାତ୍ ସମ୍ଦୁରେ ଏନ୍ତି ବାଉପବନ୍ ଆଇଲା ଆରି ଉଲ୍କାର୍ ଲାଗି ଡଙ୍ଗା ପାନିତେଇ ବୁଡିଜିବା ପାରା ଅଇଲା । ମାତର୍ ଜିସୁ ଡଙ୍ଗାଇ ସଇଦେଇ ରଇଲା । 25 ଆରି ସିସ୍ମନ୍ ଜିସୁର୍ ଲଗେ ଜାଇକରି ତାକେ ଉଟାଇ କଇଲାଇ, "ଏ ମାପ୍ରୁ ଆମ୍କେ ରକିଆ କର୍ । ନଇଲେ ଆମେ ବୁଡି ମରିଜିବୁବେ ।"
26 ଜିସୁ ସେମନ୍କେ କଇଲା, "ଏ ବିସ୍ବାସେ ଡାଟ୍ ନ ରଇଲା ଲକ୍ମନ୍, ତମେ କାଇକେ ଏତେକ୍ ଡରିଗାଲାସ୍ନି ?" ଜିସୁ ବାଉପବନ୍କେ ଆରି ଲଅଡିକେ ଦମ୍କାଇଲା । ତେବର୍ପାଇ ବାଉପବନ୍ ଆରି ଲଅଡି ତବିର୍ ଅଇଗାଲା ।
27 ଏଟା ଦେକି ସିସ୍ମନ୍ ବେସି କାବାଅଇଜାଇ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, "ଏ କେନ୍ତାର୍ ଲକ୍ ଜେ ବାଉପବନ୍ ଆରି ଲଅଡି ମିସା ଆର୍ କାତା ମାନ୍ଲାଇନି ।"