ଜିସୁ ଦୁଇଟା ଡୁମା ଡସାଇଅଉମନ୍କେ ନିକ କଲା
28 ଜିସୁ ଆରି ତାର୍ ସିସ୍ମନ୍ ଗାଡ୍ ସେପାଟର୍ ଗଦ୍ରିୟ ନାଉଁର୍ ଜାଗାଇ କେଟ୍ଲା ଦାପ୍ରେ, ଦୁଇଟା ଡୁମା ଡସ୍ଲା ଲକ୍ ତାକେ ବେଟ୍ ଅଇଲାଇ । ସେମନ୍ ମସନ୍ ବିତ୍ରେ ରଇତେରଇଲାଇ । ଆରି ସେମନ୍ ଏନ୍ତି ରଇଲାଇ ଜେ, ସେ ବାଟେ କେ ମିସା ଆସ୍ ଜା ନ ଅଇତେ ରଇଲାଇ । 29 ସେ ଲକ୍ମନ୍ ବେସି କିର୍କିରି କରି କଇଲାଇ, "ଏ ପର୍ମେସରର୍ ପିଲା ଆମର୍ ଟାନେ ତର୍ କାଇ କାମ୍ ଆଚେ ? ବେଲ୍ କାଲ୍ ନ କେଟ୍ତେ ତୁଇ କାଇ ଡଣ୍ଡ୍ ଦେବାକେ ଇତି ଆଇଲୁସ୍ କି ?"
30 ସେବେଲାଇ ସେ ଜାଗାଇଅନି କଣ୍ଡେକ୍ ଦୁରିକେ ଗଟେକ୍ ବଡ୍ ଗୁସ୍ରି ମାନ୍ଦା ଚାରାଇତେରଇଲାଇ । 31 କାରାପ୍ ଆତ୍ମାମନ୍ ଜିସୁକେ ଗୁଆରି କରି କଇଲାଇ, "ତୁଇ ଜଦି ଆମ୍କେ ଏ ଲକ୍ମନର୍ତେଇ ଅନି ବାର୍କରାଇ ଦେଇସୁ ବଇଲେ ସେ ଗୁସ୍ରି ମାନ୍ଦା ବିତ୍ରେ ଜିବାକେ, ଆଦେସ୍ ଦେ ।"
32 ଜିସୁ ସେମନ୍କେ ଜା ! ବଲି କଇଲାକେ କାରାପ୍ ଆତ୍ମାମନ୍ ସେ ଲକ୍ମନର୍ତେଇଅନି ବାରଇକରି ଗୁସ୍ରିମନର୍ ବିତ୍ରେ ପୁର୍ଲାଇ । ତେବର୍ ପାଇ, ଗୁସ୍ରିମନ୍ ଟିପେଅନି ଗସ୍ରି ସମ୍ଦୁରେ ବୁଡି ମଲାଇ ।
33 ଆରି ତେଇ ଗୁସ୍ରି ଚାରାଇତେ ରଇବା ଲକ୍ମନ୍ ପାଲାଇ କରି ଡୁମା ଡସି ରଇଲା ଲକ୍ମନ୍କେ କାଇକାଇଟା ଅଇଲା ସେଟା ସବୁ କଇଦେଲାଇ । 34 ଆରି ସେ ଗଡର୍ ସବୁ ଲକ୍ମନ୍ ଜିସୁକେ ଦେକ୍ବାକେ ଆଇଲାଇ । ସେମନ୍ ତାକେ ଦେକିକରି ସେ ଜାଗା ଚାଡି ଜା ବଲି ଗୁଆରି କଇଲାଇ ।