2 ଆରି ତେଇ ଲକ୍ମନ୍ ଗଟେକ୍ ଚେରେଙ୍ଗ୍ ରଗିକେ ବଇକରି ତାର୍ ଲଗେ ଆନ୍ଲାଇ । ଚେରେଙ୍ଗ୍ ରଗି ଅଚ୍ନାଇ ସଇରଇଲା । ସେ ଲକ୍ମନର୍ ବିସ୍ବାସ୍ ଦେକି ରଗିକେ କଇଲା, "ସାଆସ୍ ଦାର୍, ତର୍ ସବୁ ପାପ୍ କେମା ଅଇଗାଲା ।"
3 ଏ କାତା ସୁନି କେତେଟା ସାସ୍ତର୍ ସିକାଉମନ୍ ତାକର୍ ତାକର୍ ବିତ୍ରେ କାତା ଅଇଲାଇ, "ଏ ଲକ୍ କାଇକେ ପର୍ମେସରର୍ ନିନ୍ଦା କଲାନି ?"
4 ଜିସୁ ତାକର୍ ମନର୍ ଚିନ୍ତା ଜାନି କଇଲା, "ତମେ ନିଜର୍ ନିଜର୍ ମନେ କାଇକେ କାରାପ୍ ଚିନ୍ତା କଲାସ୍ନି ? 5 ‘ତମର୍ ପାପ୍ସବୁ କେମା ଅଇଗାଲା ବଲି କଇବାଟା ସଅଜ୍ କି ଉଟିକରି, ଇଣ୍ଡିଜା ବଲି କଇବାଟା ଅଦିକ୍ ସଅଜ୍ ?’ 6 ମାତର୍ ଜଗତର୍ ପାପ୍ କେମା କର୍ବାକେ ନର୍ପିଲା, ମର୍ ଅଦିକାର୍ ଆଚେ, ମୁଇ ଏଟା ତମର୍ ମୁଆଟେ ଦେକାଇବି ।" ତାର୍ ପଚେ ଜିସୁ ଚେରେଙ୍ଗ୍ ରଗିକେ କଇଲା, "ଉଟ୍, ନିଜର୍ ଟାଟି ଦାରି ଗରେ ଉଟିଜା ।"
7 ଆରି ସେ ଲକ୍ ଉଟିକରି ଗରେ ବାରିଗାଲା ।