22 ସେମନ୍ ନିଜ୍କେ ଗିଆନି ବଲି ବାବ୍ଲାଇନି, ମାତର୍ ସତଇସେ ସେମନ୍ ବକୁଆ । 23 ସତ୍ ପରମେସର୍କେ ନ ନାମିକରି ନସିଜିବା ମୁନୁସ୍, ପସୁ, ଚଡଇ, ସାଁପ୍ପାରା ପୁତ୍ଲା ତିଆର୍ କରି ସେଟାମନ୍କେ ପୁଜା କଲାଇନି ।
24 ସେଟାର୍ ପାଇ ପରମେସର୍ ସେମନ୍କେ ଚାଡିଦେଲାଆଚେ, ଆରି ସେମନ୍ ନିଜର୍ ନିଜର୍ ମନ୍ କଲା କାରାପ୍ କାମେ ବୁଡି ରଇଲାଇନି । ସେମନ୍ ତାକର୍ ତାକର୍ ବିତ୍ରେ ଲାଜ୍ଅଇଜିବା ମିସାବିଡା କର୍ବାଟା ସଙ୍ଗଇଆଚତ୍ । 25 ସେମନ୍ ପରମେସରର୍ ବିସଇଟାନେ ରଇବା ସତ୍ ବାଦୁଲେ ମିଚ୍ ଦାରିକରି ଆଚତ୍ । ସବୁବେଲେ ଡାକ୍ପୁଟା ପାଇବା ପରମେସର୍କେ ପାର୍ତନା ନ କରି, ତିଆର୍ କଲା ଦିନ୍ସୁମନ୍କେ ପାର୍ତନା କଲାଇନି । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ ! ଆମେନ୍ ।
26 ସେମନ୍ ଲାଜ୍ଅଇଜିବା ପାପ୍କାମେ ବୁଡି ରଇଲାର୍ ପାଇ ପରମେସର୍ ସେମନ୍କେ ଚାଡି ଦେଲାଆଚେ । ତାକର୍ ମାଇଜିମନ୍ ନିଜର୍ ମୁନୁସ୍ମନର୍ ସଙ୍ଗ୍ ସୁଆବସା ନ ଅଇ, କାରାପ୍ ଇସାବେ ବିନ୍ ମୁନୁସ୍ମନର୍ ସଙ୍ଗ୍ ସୁଆବସା କଲାଇନି । 27 ସେନ୍ତାରିସେ ମୁନୁସ୍ମନ୍ ମିସା ଆଲାଦେ ମାଇଜି ସଙ୍ଗ୍ ସୁଆବସା ନ କରି ନିଜର୍ ନିଜର୍ ବିତ୍ରେ କାରାପ୍ ଅଇ ମିସାବିଡା ଅଇବା ଚିନ୍ତାଇ ଜଲି ଗାଲାଇନି । ମୁନୁସ୍ମନ୍ ତାକର୍ ତାକର୍ ବିତ୍ରେ ଲାଜ୍ ଅଇବା ଚଲାଚଲ୍ତି କଲାଇନି ଆରି ସେଟାର୍ ପାଇ ଡଣ୍ଡ୍ ପାଇବାକେ ତିଆର୍ ଅଇଲାଇନି ।