26 ସେମନ୍ ଲାଜ୍ଅଇଜିବା ପାପ୍କାମେ ବୁଡି ରଇଲାର୍ ପାଇ ପରମେସର୍ ସେମନ୍କେ ଚାଡି ଦେଲାଆଚେ । ତାକର୍ ମାଇଜିମନ୍ ନିଜର୍ ମୁନୁସ୍ମନର୍ ସଙ୍ଗ୍ ସୁଆବସା ନ ଅଇ, କାରାପ୍ ଇସାବେ ବିନ୍ ମୁନୁସ୍ମନର୍ ସଙ୍ଗ୍ ସୁଆବସା କଲାଇନି । 27 ସେନ୍ତାରିସେ ମୁନୁସ୍ମନ୍ ମିସା ଆଲାଦେ ମାଇଜି ସଙ୍ଗ୍ ସୁଆବସା ନ କରି ନିଜର୍ ନିଜର୍ ବିତ୍ରେ କାରାପ୍ ଅଇ ମିସାବିଡା ଅଇବା ଚିନ୍ତାଇ ଜଲି ଗାଲାଇନି । ମୁନୁସ୍ମନ୍ ତାକର୍ ତାକର୍ ବିତ୍ରେ ଲାଜ୍ ଅଇବା ଚଲାଚଲ୍ତି କଲାଇନି ଆରି ସେଟାର୍ ପାଇ ଡଣ୍ଡ୍ ପାଇବାକେ ତିଆର୍ ଅଇଲାଇନି ।
Publicidade