19 ମର୍ ଆଲାଦର୍ ବାଇବଇନିମନ୍, ଜଦି କେ ତମ୍କେ ଅନିଆଇ କଲେ, ତମେ ବେର୍ ଦାରାନାଇ, କାଇକେବଇଲେ, ପର୍ମେସର୍ସେ ଡଣ୍ଡ୍ ଦେଇସି । କାଇକେ ବଇଲେ ସାସ୍ତରେ ଲେକା ଆଚେ । ମାପ୍ରୁ କଇଲାନି, "ମୁଇ ବେର୍ ଦାର୍ବି । ମୁଇ ଡଣ୍ଡ୍ ଦେବି ।" 20 ଏଲେ ସାସ୍ତରର୍ ଲେକା ଇସାବେ "ତମର୍ ସତ୍ରୁ ବୁକେ ରଇଲେ, ତାକେ କାଇବାକେ ଦିଆସ୍, ସସେ ରଇଲେ, ପାନି କୁଆ । ଏନ୍ତାର୍କଲେ ସେ ତମ୍କେ କରିରଇବା ଅନିଆଇର୍ ଲାଗି ବେସି ଲାଜ୍ ଅଇଜାଇସି ।" 21 ମିଚ୍ କାମ୍ କରି ଆରିଜାଆ ନାଇ, ସବୁ ବିସଇ ସତ୍ ବାବେ କରି ଜିତିକରି ରୁଆ ।