9 ନିୟମ୍ତେଇ ଲେକାଅଇଲା ଆଚେ, "ବେସିଆ କାମ୍ କର୍ବାର୍ ନାଇ, ନର୍ ମାର୍ବାର୍ ନାଇ, ଚରାଇବାର୍ ନାଇ, ବିନ୍ ଲକର୍ ଦିନ୍ସୁ ଲବାଇବାର୍ ନାଇ ।" ନିଜ୍କେ ଆଲାଦ୍ କଲାପାରା ବିନ୍ ଲକ୍ମନ୍କେ ଆଲାଦ୍ କରା । ଏ ଗଟେକ୍ ଆଦେସ୍ ଜଦି ତମେ ମାନ୍ସା, ନିୟମେ ରଇବା ସବୁ ଆଦେସ୍ ମାନ୍ଲାପାରା ଅଇସି ।